ଦୁଃଖରେ ଲିଖିତ
ଦୁଃଖରେ ଲିଖିତ
କବିତାରେ ଭାବ ଓ ରସର ମିଳନ
ହୃଦୟର ଆବେଗକୁ କବିତାର ରୂପ
ଯେବେ ହୃଦୟ ରେ ଦୁଃଖ ଥାଇ ,କବିତାର ସୃଷ୍ଟି
କବିତାରେ ମିଶିଥାଏ ଦୁଃଖ ଆଉ ଶୋକ।
ପାଠ କଲେ ସେଇ ଦୁଃଖର କବିତା
ଅବିରତ ଧାରରେ ଝରି ପଡେ ଲୁହ
ଦୁଃଖୀ ପାଠକ ର ନୟନ କୋଣରୁ।
ପାଠକ ର ନିଜସ୍ଵ ଦୁଃଖ ବି ଜଡ଼ିତ
ସେଇ ଦୁଃଖ ଭରା କବିତା ଶବ୍ଦରେ
ଲୁହରେ ପ୍ରତିବିମ୍ବିତ ହୁଏ ଲୁହ ଅନ୍ୟର।
କବିତାରେ ଭାଷାର ଆଦ୍ରତା
ସ୍ପର୍ଶ ହୁଏ ହୃଦୟ ର ନିଭୃତ ସ୍ତରକୁ
ଦୁଃଖରେ ଲିଖିତ କବିତା ସଂଜୀବନୀ ର ଭ୍ରମ
ଶୋକ ସନ୍ତପ୍ତ ହୃଦୟରୁ କଷ୍ଟ ହୁଏ ଦୂର
ସେଇ ଦୁଃଖର କବିତା ହିଁ ନୀରବ ପ୍ରାର୍ଥନା।
ଲିଖିତ କବିତା ରୂପରେ ଈଶ୍ୱରଙ୍କ ନାମ
ପାଠକ ର ନିଜସ୍ଵିକରଣ
ଯନ୍ତ୍ରଣା ର ଅନୁଭବ ରୁ ଲୁହ ପ୍ରବାହିତ
ଲୁହର ଝରଣା ବି ଗଭୀର ଠୁ ଆହୁରି ଗଭୀର।
ଦୁଃଖରେ ଲିଖିତ କବିତା
କବିତାରେ ଦୁଃଖ ର ଭାଷା ଓ ଶବ୍ଦ
ଏକ ନୀରବ ପ୍ରାର୍ଥନା ସମର୍ପିତ ସର୍ବନିୟନ୍ତାଙ୍କୁ।
ଆସେ ଯଦି ଦୁଃଖ ଓ ଅନ୍ଧାର
ହେଉ ଯେତେ ଘନୀଭୂତ
ଧୈଯ୍ୟ ଓ ସାହସ ସହିତ
ଲେଖିବାକୁ ହେବ ନୀରବ ପ୍ରାର୍ଥନା
ସମର୍ପିତ ହେଉ ଈଶ୍ୱରଙ୍କୁ।