STORYMIRROR

Niranjan Sahu

Abstract

3  

Niranjan Sahu

Abstract

ଭିନ୍ନକ୍ଷମ

ଭିନ୍ନକ୍ଷମ

1 min
224

ଭିନ୍ନକ୍ଷମ ଜନ୍ମ ଦେଇଛ ହେ ପ୍ରଭୁ    

ଦୁଃଖ କରିବାର ନାହଁ

ତୁମରି ଖୁସିରେ ଜନମ ଦେଇଛ

ଦୁଃଖ କରିବି କିପାଇଁ


ବଞ୍ଚିବା ପାଇଁ କି ଧୌର୍ଯ୍ୟ ଦେଇଛ

ନିଜକୁ ଛୋଟ ମଣିନି

ବଞ୍ଚିଛି ବଞ୍ଚୁଛି ଆଗେ ବଞ୍ଚିଥିବି

ମନବଳ ମୁଁ ହାରିନି


ତୁମରି ଦୁନିଆଁ ତୁମରି ସଂସାର

ତୁମର ତ ସବୁକିଛି

ତୁମେ ଯାହା ଚାହଁ ତାହା ତୁମେ କର

ବିକଳ୍ପ କିଏ ବା ଅଛି


ଦୁଃଖ ତୁମେ ଦିଅ ସୁଖ ତୁମେ ଦିଅ

ତୁମେ ହିଁ ତ ହର୍ତାକର୍ତା

କେତେ କେତେ ପ୍ରାଣୀ ସୃଷ୍ଟି କରିଅଛ

ତୁମେ ହିଁ ତ ବିଶ୍ୱକର୍ତା


ଖୁସିରେ ଜୀବନ ଦେଇଅଛ ପ୍ରଭୁ

ଇଚ୍ଛା ହେଲେ ନେଇଯିବ

ମୁଁ ଗଲା ବେଳକୁ ହେ କରୁଣାମୟ

ପାଖେ ପାଖେ ମୋର ଥିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract