STORYMIRROR

Kabiratna Nutan Kumar Behera

Tragedy Others

4  

Kabiratna Nutan Kumar Behera

Tragedy Others

ଦୁଃଖର ବୋଝ ବୋହୁଥିବା ମୁଣ୍ଡ

ଦୁଃଖର ବୋଝ ବୋହୁଥିବା ମୁଣ୍ଡ

1 min
366


ସଂସାରରେ ଦୁଃଖର ବୋଝ ବୋହୁଥିବା ମୁଣ୍ଡ

ଚାଲେ ସଳଖ ତାର ଅଣ୍ଟାକୁ କରି ଦମ୍ଭ

ଚାପି ରଖି ଯେତେ ହୃଦୟର କୋହ,

ମେହନତ କରି ଯନ୍ତ୍ର ପରି ରହେ ଅକ୍ଳାନ୍ତ

ତା' ମୁଣ୍ଡର ଝାଳ ତୁଣ୍ଡରେ ମାରେ 

ନିଜେ ହିଁ ନିଜକୁ ସାନ୍ତ୍ଵନା ଦିଏ

ତା' ଶିରାଳ ହାତରେ ପୋଛି ଆଖିର ଲୁହ।

କ'ଣ ଅବା କରନ୍ତା ସେ ଅଧିକ ଆଉ

ସହି ପାରୁଥିବା ଦେହ ପାରେନା କିଛି କହି,

ପ୍ରତିବାଦ କରିବାକୁ ନଥାଏ ଜୋର୍

ଖରା ବର୍ଷା ଶୀତରେ ପାଲଟେ ସେ ପଥର

ଡ଼ାକିଲେ କାହାକୁ ହୁଏ ବୃଥା ପାଏ ନାହିଁ ତ୍ରାହି।

ଭାବେ କପଳ ଲେଖା ତାର ଅଲିଭା

ଭାଗ୍ୟକୁ ନିନ୍ଦି ତା' କର୍ମକୁ କରେ ସେ ଦାୟୀ,

ଅନୁଭବ କରେ କଷ୍ଟ ଯନ୍ତ୍ରଣାର ଦାଉ

ଜୀବନ ତମାମ ଲଢ଼ୁଥାଏ ଧୈର୍ଯ୍ୟ ଧରି

ଆଗାମୀ ପିଢ଼ିର ଭବିଷ୍ୟତକୁ ଧ୍ୟାୟୀ।

ଦୁଃଖର ବୋଝ ବୋହୁଥିବା ମୁଣ୍ଡ

ତାର ପ୍ରାଣରେ ଦରଦ ରଖିଥାଏ ଭରି

ଅନ୍ୟକୁ ଦେଖାଏ ଅନୁକମ୍ପା ସହାନୁଭୂତି,

ଭଲ ପାଏ ମଣିଷକୁ ଅନ୍ତରରୁ

ଲୋଭ ମୋହରେ ହୁଏନା ବଶବର୍ତ୍ତୀ

ଗର୍ବ ଅହଙ୍କାର ଦେଖାଏ ନା କାହା ପ୍ରତି।

ବୁଝେ କେଇ ଦିନର ଏ ଜୀବନ

କାହିଁକି କାହା ପାଇଁ କରିବ ପ୍ରବଞ୍ଚନା

ଆଜି ଅଛି ହୁଏତ କାଲିକୁ ନଥିବ ?

ଏ ସଂସାରରୁ ନେବାର ଅବା କ'ଣ ଅଛି ଯେ

ମନକୁ ତାର ଉତ୍ତେଜନାରେ ଚାପି ରଖିବ ? 

ଦୁଃଖର ଘେର ଭିତରେ ରହି ଖୋଜେ ସୁଖ

ତାର ଅବଚେତନାରେ ଦେଖେ ସିନା ସ୍ଵପ୍ନ

ଚେତନାରେ ସଞ୍ଚେ ବାସ୍ତବତାର ଆଶାକୁ,

ଭରସା ବିଶ୍ଵାସ କରେ ସେ ବିଧିର ବିଧାନକୁ

ନିଜେ ନ ବଦଳି ବଦଳାଇବ କାହାକୁ ?

ଦୈନ୍ୟତା ଅଭାବ ଏଠି କୁଢ଼ କୁଢ଼

ଯେତେ ପୁରାଇଲେ ପୁରେନା ସ୍ଵାର୍ଥର ଗାଢ଼

ମହଙ୍ଗା ବଜାରରେ ପ୍ରତି ପାଦର ଭିନ୍ନ ମୋଡ଼,

ଶାମୁକାରୁ ମୁକ୍ତା ସାଉଁଟିଲା ପରି

ସେ ସାଉଁଟେ ଶ୍ରଦ୍ଧା ସ୍ନେହ ପ୍ରେମ ପ୍ରୀତି 

ଦେବାକୁ ଅଜାଡ଼ି ଜୀବନର ମୂଲ୍ୟ 

ବୁଝେ ତା' ଦୁଃଖର ବୋଝ ବୋହୁଥିବା ମୁଣ୍ଡ ।

   


Rate this content
Log in

Similar oriya poem from Tragedy