ଦୁଃଖନେଇ ସୁଖଦିଅ
ଦୁଃଖନେଇ ସୁଖଦିଅ
ଯିଏ ଯାହାଯେତେ କୁହପଛେ ମୋତେ
ମନ ମୋର ବୁଝେ ନାହିଁ
ତୁମପାଇଁ କିଆଁ ସବୁ ସୁଖ ଶିରୀ
ମୋ ପାଇଁକି କିଛି ନାହିଁ ।
ସବୁତକ ସୁଖ ତୁମେ ଭୋଗକର
ମୁଁ ଭୋଗେ ସବୁ କଷଣ
ତୁମେ ଭାଷଣରେ ଶାଶନ ଚଲାଅ
ମୁଁ ହୁଏ ହୀନିମାନ ।
ତୁମ ଦୀସ ଦାସୀ ହେବାପାଇଁ କଣ
ଜନମ ନେଇଛୁ ଆମେ
ଆମ ଦୁଃଖ ଦେଖି କିଏ ଦୁଃଖୀ ହୁଏ
ଖୁସିହୁଅ କିନ୍ତୁ ତୁମେ ।
ତୁମପାଇଁ ଲୋଡା ସୁଖର ପସରା
ଆମ ମୁଣ୍ଡେ ଦୁଃଖ ଭାର
ତୁମ ଖୁସି ସବୁ ତୁମ କର୍ମଫଳ
ଆମପାଇଁ ଭାଗ୍ୟଫଳ ।
ଭାଗ୍ୟ ଭଗବାନ ଦେଖିଲି ବହୁତ
ଏବେ ଆମ ହକ ଦିଅ
ଆମ ଦୁଃଖ କିଛି ନେଇଯାଅ ତୁମେ
ସୁଖ କିଛି ଦେଇଦିଅ ।
