STORYMIRROR

Snigdha Swayangprava dash

Abstract

2  

Snigdha Swayangprava dash

Abstract

ଦୁଃଖଦ ସ୍ବପ୍ନ

ଦୁଃଖଦ ସ୍ବପ୍ନ

1 min
290

ପ୍ରେମର ଯମୁନା ବହୁଥିଲା ଦିନେ

ଆଜି ସେ ଶୁଖିଛି କାହିଁ

ତା ଶୀତଳ ଜଳ ସାଜି ଅଶ୍ରୁମାଳ

ବିରହ ବେଦନା ନେଇ


ଏ ଯମୁନା କୂଳେ ପ୍ରୀତିର ଲହରୀ

ଖେଳିଯାଉଥିଲା କେତେ

ପ୍ରେମର ସନ୍ତକ, ପୁଲକ ହଜାଇ

ଲାଗେ ମରୀଚିକା ସତେ


ବିଚ୍ଛେଦର ଗ୍ରୀଷ୍ମ ପ୍ରକୋପ ପାଇଣ

ପଡିଛି ତତଲା ବାଲି

ନିରାଶା ବାଲିରେ ସପନ ହଜିଛି

ମନ ଥକେ ଖୋଜିବୁଲି


ନାହିଁ ପ୍ରେମ ଚି଼ହ୍ନ ନାହିଁ ତାର ସ୍ମୃତି

ଲୋତକେ ଥରଇ ଛାତି

ପ୍ରେମୀ ଯୁଗଳ ଯେ ବାହୁ ବନ୍ଧନରେ

କାଟିଥିଲେ କେତେ ରାତି


ବନ ଫୁଲ ବନେ ଝରିଯିବା ପରି

ଶୁଖିଛି ପ୍ରେମ ଯମୁନା

କିଏ ବା ଦେଖିଛି କିଏ ବା ଆଙ୍କିଛି

ବିଚ୍ଛେଦ ପ୍ରେମ ନମୁନା


ଏ ବିଚ୍ଛେଦ ପ୍ରେମ ଅଟଇ ଦୁଃସ୍ବପ୍ନ

ଅନୁଭବ ଯେବେ ହେଲା

ପ୍ରେମୀ ଯୁଗଳଙ୍କ ପ୍ରେମ ଯେ ଅନନ୍ତ

ଶୁଣି ମନ ଶାନ୍ତ ହେଲା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract