ଦୁଃଖଦ ସ୍ବପ୍ନ
ଦୁଃଖଦ ସ୍ବପ୍ନ
ପ୍ରେମର ଯମୁନା ବହୁଥିଲା ଦିନେ
ଆଜି ସେ ଶୁଖିଛି କାହିଁ
ତା ଶୀତଳ ଜଳ ସାଜି ଅଶ୍ରୁମାଳ
ବିରହ ବେଦନା ନେଇ
ଏ ଯମୁନା କୂଳେ ପ୍ରୀତିର ଲହରୀ
ଖେଳିଯାଉଥିଲା କେତେ
ପ୍ରେମର ସନ୍ତକ, ପୁଲକ ହଜାଇ
ଲାଗେ ମରୀଚିକା ସତେ
ବିଚ୍ଛେଦର ଗ୍ରୀଷ୍ମ ପ୍ରକୋପ ପାଇଣ
ପଡିଛି ତତଲା ବାଲି
ନିରାଶା ବାଲିରେ ସପନ ହଜିଛି
ମନ ଥକେ ଖୋଜିବୁଲି
ନାହିଁ ପ୍ରେମ ଚି଼ହ୍ନ ନାହିଁ ତାର ସ୍ମୃତି
ଲୋତକେ ଥରଇ ଛାତି
ପ୍ରେମୀ ଯୁଗଳ ଯେ ବାହୁ ବନ୍ଧନରେ
କାଟିଥିଲେ କେତେ ରାତି
ବନ ଫୁଲ ବନେ ଝରିଯିବା ପରି
ଶୁଖିଛି ପ୍ରେମ ଯମୁନା
କିଏ ବା ଦେଖିଛି କିଏ ବା ଆଙ୍କିଛି
ବିଚ୍ଛେଦ ପ୍ରେମ ନମୁନା
ଏ ବିଚ୍ଛେଦ ପ୍ରେମ ଅଟଇ ଦୁଃସ୍ବପ୍ନ
ଅନୁଭବ ଯେବେ ହେଲା
ପ୍ରେମୀ ଯୁଗଳଙ୍କ ପ୍ରେମ ଯେ ଅନନ୍ତ
ଶୁଣି ମନ ଶାନ୍ତ ହେଲା