STORYMIRROR

Snigdha Swayangprava dash

Abstract

2  

Snigdha Swayangprava dash

Abstract

ଅଭୁଲା ଗୀତ

ଅଭୁଲା ଗୀତ

1 min
416

ବିତିଥିବା କଥା, ଆନନ୍ଦ, ଉଲ୍ଲାସ

ସ୍ମୃତିହୋଇ ଆଜି ଫେରେ

ଜେଜେଙ୍କର ମଜା ଗପ ଆଉ ଗୀତ

ଗୋଟି ଗୋଟି ମନେପଡେ


କେତେ ଗପ, ଗୀତ କେତେ ଯେ କାହାଣୀ

କହିଥାନ୍ତି ନା ନା ଢଙ୍ଗେ

""ଅଜା ମୋର ମଜା ଲୋକ "ପ୍ରିୟ ଯେ ମୋହରି

ସବୁଠୁ ନିଆରା ଲାଗେ


ଏ ଗୀତରେ ଥିବା ଅଜାଙ୍କର ସମ

ଜେଜେଙ୍କ ଚରିତ୍ର ମିଶେ

ବସି ତାଙ୍କ ପାଶେ ଶୁଣିଦେଲେ ଥରେ

ମନରେ ସରସ ଜାଗେ


ଚଟାପଟ ମୁହିଁ ପଢ଼ା ସାରି ଦେଇ

ତାଙ୍କ ପାଶେ ଅଳି କରେ

ନୂଆ ନୂଆ କଥା ଶୁଣୁଥାଏ ସତ

ଏ ଗୀତଟି ନିତି ଶୁଣେ


ଜେଜେଙ୍କ ଢଙ୍ଗରେ ଶୁଣାଏ ସଭିଙ୍କୁ

ସେହି ଗୀତଟିକୁ ଯେବେ

କରତାଳି ଧ୍ୱନି ହୋଇ ପ୍ରକମ୍ପିତ

ମନେ କୌତୁହଳ ଜାଗେ


"ଅଜା ମୋର ମଜା ଲୋକ "ଗୀତଟିକୁ

ରଖିଥିବି ସଦା ମନେ

ସ୍ମୃତି ଭରା ଦେହେ ସେ ଗୀତଟି ଆଜି

ବାଜୁଅଛି ମୋର କାନେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract