Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Swayangprava dash

Abstract

5.0  

Snigdha Swayangprava dash

Abstract

କରିଥିଲି ପଣ

କରିଥିଲି ପଣ

1 min
273


କେତେକେତେ ସ୍ବପ୍ନ ଦେଖନ୍ତି ସଭିଏଁ

ହେବୁ ଆମେ ବଡ଼ ମଣିଷ

ବଡ଼ ଅଫିସର, ଡାକ୍ତର କିଏ ତ

ଯନ୍ତ୍ରୀ, କିଏ ପୁଣି ସୈନିକ


ପଢୁଥିଲି ଯେବେ ବିଦ୍ୟାଳୟେ ମୁହିଁ

ଦେଉଥିଲୁ କେତେ ଭାଷଣ

ଅଜ୍ଞାନ, ଅନ୍ଧାର କରି ଦୂରୀଭୂତ

ଜାଳିବା ଜ୍ଞାନର ଆଲୋକ


ସେବେଠାରୁ ମୁହିଁ କରିଥିଲି ପଣ

ସାଜିବି ଶିକ୍ଷକ ମୁହିଁ

ସୁନ୍ଦର ମଣିଷ କରିବି ଗଠନ

ଶିକ୍ଷା ଓ ସଂସ୍କାର ଦେଇ


ଶିଶୁ ଯେ ଅଟନ୍ତି କଳିକା ସଦୃଶ

ହୋଇବେ ବିରାଟ ଦ୍ରୁମ

ଉତ୍ତମ ପୋଷଣ ଶିକ୍ଷା ଦୀକ୍ଷା ଲଭି

କରିବେ ଦେଶକୁ ଧନ୍ୟ


ଏ ଦେଶ ଭବିଷ୍ୟ ଏ ମାଟି ମା ପାଇଁ

ଲୁହ, ଲହୁ ଢାଳି ଦେବି

ସତ୍ୟ ଓ ନ୍ୟାୟର ଶିକ୍ଷାର ପ୍ରଦୀପେ

ସୁନାମ ବଢ଼ାଇ ଯିବି


Rate this content
Log in

Similar oriya poem from Abstract