STORYMIRROR

Snigdha Swayangprava dash

Inspirational

4  

Snigdha Swayangprava dash

Inspirational

ଆମ ପରିବାର

ଆମ ପରିବାର

1 min
799

ପରିବାର ଆମ ଅଟେ ସ୍ୱର୍ଗ ସମ

ତୁଳନା ତାହାର ନାହିଁ

ପିତା ଆଉ ମାତା ଚଳନ୍ତି ଦେବତା

ଜଗତରେ ଶ୍ରେଷ୍ଠ ସେହି ..


ଆମେ ଯେ ଓଡ଼ିଆ ପରବ ଆମର

ବାର ମାସେ ତେର ଅଟେ

ପରିବାର ସହ ଏକତ୍ର ହୋଇଣ

ଆନନ୍ଦ ଉଲ୍ଲାସେ କଟେ ..


ଦୋଳ, ଦଶହରା, ରଜ, ଦୀପାବଳି

ପାଳୁ ଯେବେ ମିଳିମିଶି

ସ୍ବର୍ଗୀୟ ଭାବନା ମନେ ଭରିଯାଏ

ଦୁଃଖ ପାଲଟିଣ ଖୁସି ..


ବରଷା ପାଗରେ ପକୁଡି, ଚା' ସାଥେ

ଗପ ପେଡି ଯାଏ ଖୋଲି

କଥା କଟାକଟି ମିଛ ରାଗ ରୁଷା

ଗୀତ, ନାଚ, ଅନ୍ତାକ୍ଷରୀ ..


ରାକ୍ଷୀ ପୂର୍ଣ୍ଣିମାରେ ସଜବାଜ ହୋଇ

ସଜାଡି ପୂଜାର ଥାଳି

ଭାଇ ହାତେ ରାକ୍ଷୀ ବାନ୍ଧିଦେବା ପରେ

ଖୁସିରେ ଉଠଇ ଝଳି ..


ଏହିପରି କେତେ ସୁଖଦ ଘଟଣା

ପରିବାରେ ମିଳିଥାଏ

ତା ଛତ୍ର ଛାୟାରେ ରହିଥିଲେ ଆମେ

ଦୁଃଖ ଶୋକ ଚାଲିଯାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational