STORYMIRROR

Snigdha Swayangprava dash

Inspirational

4  

Snigdha Swayangprava dash

Inspirational

ଅଭିପ୍ରେରିତ

ଅଭିପ୍ରେରିତ

1 min
317

ଭାବି ମୁଁ ନଥିଲି ହୋଇବି ଶିକ୍ଷକ

ଭାଗ୍ୟ ମୋତେ ଟାଣିନେଲା

ବିଧିର ବିଧାନ କରିବ କେ ଆନ

କପାଳେ ମୋ ଲେଖା ଥିଲା..


ମନକୁ ବୁଝାଇ ଶପଥ ବି ନେଲି

ତୁଲାଇବି ମୋର କାର୍ଯ୍ୟ

ସ୍ନେହ, ଶ୍ରଦ୍ଧା ସହ ଆଶୀର୍ବାଦ ଦେଇ

ଗଢି ପିଲାଙ୍କ ଭବିଷ୍ୟ....


ଖୁସି, ଉନ୍ମାଦନା ମନରେ ଯେ ଭରି

ବିଦ୍ୟାଳୟେ ପାଦ ଦେଲି

ଆଗ୍ରହ, ଉତ୍ସାହ, ଉଦ୍ଦୀପନା ସହ

କେତେକଣ କରିଗଲି...


ନାଚ, ଗୀତ, ଖେଳ, ଚିତ୍ର, ଅଭିନୟ

ହୋଇ ପାରଙ୍ଗମ ଆମେ

ପିଲାଙ୍କ ସହିତ ନିଜର ଉନ୍ନତି

ଅଟେ ସମ୍ଭବ ଏ କର୍ମେ....


ଏସବୁ ଦକ୍ଷତା ଦେଖି କେତେ ବ୍ୟକ୍ତି

ପ୍ରଶଂସିତ କଲେ ମୋତେ

ଏ ବୃତ୍ତିକୁ ଉଚ୍ଚ ସ୍ଥାନରେ ରଖିଣ

ଆପଣାଇ ନେଲେ ସତେ.......


କେତେ ସାଙ୍ଗସାଥି କେତେଜଣ ବ୍ୟକ୍ତି

ନାନା କଥା ପଚାରିଲେ

ଶିକ୍ଷାର ବାଣୀକୁ ଶୁଣି ମୋ ମୁଖରୁ

ଅଭିପ୍ରେରିତ ହୋଇଲେ....


ଶିକ୍ଷାର ବିକାଶ ସମାଜେ ଉନ୍ନତି

ମୂଳମନ୍ତ୍ର କରି ସର୍ବେ

ସ୍ୱଚ୍ଛ ଓ ପବିତ୍ର ମନେ ଅଗ୍ରସର

ନିଜ ନିଜ କର୍ମ ପଥେ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational