STORYMIRROR

Snigdha Swayangprava dash

Abstract

2  

Snigdha Swayangprava dash

Abstract

ଆମ ପିଲାଦିନ

ଆମ ପିଲାଦିନ

1 min
498

ମିଳନ୍ତାକି ମୋତେ ଗୋଟେଦିନ ପଛେ

କାଟିବାକୁ ମିତ୍ର ସହ

ଅଭୁଲା ସ୍ମୃତିକୁ ସାଉଁଟିଣ ସବୁ

ବିତାନ୍ତି ପ୍ରତିଟି କ୍ଷଣ


ପିଲାଦିନ ଆମ ଆସନ୍ତାକି ଫେରି

ହୁଅନ୍ତାକି ଚମତ୍କାର

ସେଦିନର ସେହି ଟିକିପିଲା ହୋଇ

ତୋଳନ୍ତୁ ବାଲିର ଘର


ପୁଚି, ଲୁଚକାଳି, ବିଛୁ, ବୋହୁଚୋରି

କବାଡି, ପାହାଡପଣି

କଣ୍ଢେଇ ରାଣୀର ମିଛ ବାହାଘର

ମଥାରେ ଓଢଣୀ ଟାଣି


ବରଷା ଋତୁରେ ସାଙ୍ଗସାଥି ମେଳେ

ହୋଇଥାନ୍ତୁ ଟିକେ ଓଦା

ପାଣିର ସୁଅରେ ଆମ ଗାଆଁ ଦାଣ୍ଡେ

ଭସାନ୍ତୁ କାଗଜ ଡ଼ଙ୍ଗା


ଖରାବେଳେ ପୁଣି ଜେଜେମା ପାଖରୁ

ଶୁଣନ୍ତୁ ନାନା କାହାଣୀ

ଅଚିନ୍ତା ନିଦରେ ଶୋଇଯାନ୍ତୁ ଆମେ

ମଜା ମଜା କଥା ଶୁଣି


ପିନ୍ଧା ପୋଷାକରେ ମାଛ ବି ଧରନ୍ତୁ

ନାଳ, ପୋଖରୀରେ ପଶି

ଫଳ ଚୋରିକରି ବିଲ ଓ ବାଡିରୁ

ଲୁଚିକି ଆସନ୍ତୁ ଖସି


ଆସନ୍ତା କି ଫେରି ପିଲାଦିନ ଆମ

ହୋଇଯାନ୍ତୁ ଟିକିପିଲା

ଆଦର ଯତନ କରନ୍ତେ ସଭିଏଁ

ହୁଅନ୍ତୁ ଆମେ ଯେ ଗେଲ୍ହା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract