ଦୁସ୍ଥ ମାନସିକତା
ଦୁସ୍ଥ ମାନସିକତା
![](https://cdn.storymirror.com/static/1pximage.jpeg)
1 min
![](https://cdn.storymirror.com/static/1pximage.jpeg)
1.3K
ଏ ଭବ ସାଗରେ ଦୁଃଖର ଜହର
ଢାଙ୍କିଛି ଶୋକ ବାଦଲ
ଏ ଅମା ଅନ୍ଧାରେ ମଣିଷ ପାଉନି
ବଞ୍ଚିବାର ଥଳକୂଳ ।
ମିଥ୍ୟାର ସାଗରେ ସତ୍ୟର ନଉକା
ବୁଡ଼ି ତ ଯାଇଛି ଆଜି
ନିନ୍ଦା ଅପବାଦ ଗଭୀର ଜଳରେ
ପ୍ରତିଭା ଯାଇଛି ହଜି ।
କ୍ରୋଧର ଅନଳେ ବିବେକ ଯେ ଧ୍ବଂସ
ପାଉଁଶ ସଚ୍ଚୋଟପଣ
ବ୍ୟଭିଚାର ହତ୍ୟା ସାଜିଛି ଅଙ୍ଗାର
ଧୋଇଲେ ଲିଭେନା ଚି଼ହ୍ନ ।
ମିଥ୍ୟା ମାଦକତା ଗଗନେ ପବନେ
ଉଡ଼ନ୍ତା ବିହଙ୍ଗ ପ୍ରାୟ
ଦୟା କ୍ଷମା ଆଜି ପଞ୍ଜୁରିର ପକ୍ଷୀ
ଉଡ଼ିବାକୁ ଅସହାୟ ।
କାଳିମାର ଫର୍ଦ୍ଦ ଶେଷ ହେବ କେବେ
ଜାଗିବ ନବ ଆଲୋକ
ଏ ମାନସିକତା ପାଛୋଟି ମନରୁ
ଭରିବ ସ୍ବର୍ଗୀୟ ସୁଖ? ।