Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

3  

Lata Behera

Abstract

ଦୁଃଖ ଯେବେ ଆସିଯାଏ

ଦୁଃଖ ଯେବେ ଆସିଯାଏ

1 min
135


ଦୁଃଖ ଆସିଯାଏ ଯେବେ 

         ଲୁହ ଝରି ଯାଏ 

ସେଇ ଲୁହ ଲହୁ ହେଇ 

        ଓଠ ଛୁଇଁ ଯାଏ ।


ଦୁନିଆର ସବୁ ସୁଖ

      ଲାଗେ ଫିକା ଫିକା 

ଜୀବନର ସବୁ ଖୁସି 

      ପଡିଯାଏ ବନ୍ଧା ।


ନା ଭଲ ଲାଗେ କିଛି 

ନା ହେଇ ହୁଏ ବଞ୍ଚି

ବଞ୍ଚିବା ମରିବା ସବୁ

     ଏକା ହେଇଯାଏ ।


ମନ ଆକାଶରେ କଳା

     ମେଘ ଆସେ ଘୋଟି

ଜୀବନର ସୁଖ ଶାନ୍ତି 

        ସବୁ ନିଏ ଲୋଟି ।


ଅଶୁମାରୀ ଆଶା ସବୁ 

       ସ୍ଵପ୍ନ ହେଇଯାଏ 

ମରୀଚିକା ପଥେ ବାଟ

       ଚାଲିବାକୁ ହୁଏ ।


ଯେଉଁ ପଥେ ଜଳ ଥାଏ

ନା ଶୋଷ ମେଣ୍ଟି ହୁଏ 

ଜୀବନ କୁହୁଡି ମାୟା 

     ଜାଲେ ଛନ୍ଦି ହୁଏ ।


ଜୀବନରଟା ଭରି ଯାଏ 

       ଯନ୍ତ୍ରଣାର ନଈ

ନା କିଛି କହି ହୁଏ 

      ନା ହୁଏ ସହି ।


ପାଦ ତଳେ ବିଛା ହେଇ

        ଯାଏ କାଚ କଣ୍ଟା

ଭଲ ଭିତରେ ତ ଏଠି

        ବେଶୀ ଥାଏ ଧୋକା ।


ଯେଉଁ ଧୋକା ଦେଖି ହୁଏ

ନା ତାକୁ ପଢି ହୁଏ

ଜଳି ଜଳି ବଞ୍ଚିବାଟା

      ସାରା ହେଇଥାଏ ।


ଭାଗ୍ଯର ଆକାଶେ ଘୋଟେ 

      ଦୁଃଖର ପାହାଡ 

ଜୀବନରେ ମାଡି ଆସେ

      ତୋଫାନର ଝଡ ।


ଜାଳି ଦିଏ ସବୁ କିଛି 

     ଭାଙ୍ଗି ଦିଏ ନୀଡ 

 ଜୀବନ ପାଲଟି ଯାଏ 

      ମରୁ ବାଲି ଝଡ ।


ଚାଲେ ସିଏ ପାଦ ରଖି

ନା ଥାଏ କିଏ ସାଥି

ମରିବାକୁ ଚାହିଁଲେବି

ନ ମରି ପାରି ଥାଏ ।


Rate this content
Log in

Similar oriya poem from Abstract