STORYMIRROR

Binodini Dash

Inspirational

4  

Binodini Dash

Inspirational

ଦୁଃଖ ଯେବେ ଆସେ

ଦୁଃଖ ଯେବେ ଆସେ

1 min
353


ଦୁଃଖ ଯେବେ ଆସେ ମନର ଆକାଶେ

ଘୋଟେ ଦୁର୍ଦ୍ଦିନର କଳାମେଘ

ବିଜୁଳି ଚମକି ଘଡ଼ଘଡି ଡାକି

ମାଡ଼ି ବସଇ କି ଭୟବାଘ

ଆତୁରେ ଅଥୟ

ମଣଇ ନିଜକୁ ଅସହାୟ

ଈଶ୍ବରେ ଆରାଧି ମନକୁ ପ୍ରବୋଧି

ଉଶ୍ବାସି ପାରଇ ଯା' ହୃଦୟ ।


ଆଶାର କଣିକା ଯେବେ ମରୀଚିକା

ବିଶ୍ବାସ ହୁଅଇ ବାଟବଣା

ଫଟା କପାଳଟା କରି ହଟହଟା

ତୋଳିଦିଏ ନାନା ନିର୍ଯ୍ୟାତନା

ଆପଣାର ଲୋକେ

ମୁହଁ ଫେଇ ନେଇଥାନ୍ତି ଥୋକେ

ସମ୍ପର୍କ ତୁଟଇ ହୃଦ ହୁଏ ଦହି

ଭାଳିଭାଳି ପୂର୍ବ ସ୍ମୃତି ଦୁଃଖେ ।


କପଟ ମିତ୍ରର କାର୍ଯ୍ୟ ବାରବାର

କରୁଥାଏ ହୃଦୟକୁ ହତ

ସତେ ନିର୍ବାସନ ଦଣ୍ଡର ବିଧାନ

କରିଅଛନ୍ତି କି ଜଗନ୍ନାଥ

ଳସର୍ବେ ହତାଦର

କରିବା ପାଇଁ କି ଆଗୁସାର

ବ୍ୟଥିତ ମନରେ ଅସୀମ ଧୈର୍ଯ୍ୟରେ

ରୋଧଇ କେବଳ ଅଶ୍ରୁଧାର ।


ଲାଗିବ ଜୀବନ ସତେ ମୂଲ୍ୟବାନ

ବିଦୀର୍ଣ୍ଣ ହୃଦୟ ହେବ ପୂର୍ଣ୍ଣ

ବାଦଲ ଆଡେଇ ସୁଖକୁ କୋଳେଇ

ହସି କି ପାରିବ ପୁଣି ମନ

ଚିନ୍ତାରେ ଏମିତି 

ଘାରି ହେଉଥାଏ ନିତିନିତି

କେବେ ଦୟାମୟ ହୋଇବେ ସଦୟ

ଦୂର ହୋଇଯିବ ଦୁଃସ୍ଥିତି ।


କାତର ନହୋଇ ଯେବେ ସ୍ଥିର ରହି

ଦୁଃଖର ଧକ୍କାକୁ ସହିଯିବ

ଧୀରେ ଧୀରେ ସୁଖ ଦେଖାଇ ତା' ମୁଖ

ଯେତେ ଅବଶୋଷ ହରିନେବ

ଚାଲି ସୁପଥରେ

ଗଣିତ ଉତ୍ତମ ମଣିଷରେ

ବୃଥା ଭାଗ୍ୟ ନିନ୍ଦି ଦୁଃଖେ କିଆଁ ଛନ୍ଦି

ହେଉଥିବା କେହି ଜୀବରେ ?





Rate this content
Log in

Similar oriya poem from Inspirational