ଦୁଃଖ ଦୂର କରିବେ ଜଗନ୍ନାଥ
ଦୁଃଖ ଦୂର କରିବେ ଜଗନ୍ନାଥ
କରୋନା ଲହରୀ ସୁନାମୀ କରୋନା
ଦୂର କରିବେଟି ପ୍ରଭୁ
ସବୁ ତ କାରଣ ପ୍ରଭୁଙ୍କ ଚରଣ
ନିତ୍ୟେ ଭୋଜୁ ଥିବା ପ୍ରଭୁ।୧।
ସମୟର ଚକ୍ର କରିବଟି ଖେଳ
ଆୟତ୍ତ ନାହିଁ କାହାରେ,
କର୍ମର ଜୀବନ ସେବା ପ୍ରଯୋଜନ
ଦୂର ହେବ ହିଁ ଭକ୍ତିରେ।୨।
ନିରଞ୍ଜନ ପ୍ରଭୁ ନିରାକାର ସେହୁ
ସବୁତ ଭିଆଣ ତାଙ୍କ,
ତାଙ୍କରି ଭକ୍ତିରେ ଦୂର ହେବ ସବୁ
ପ୍ରେମ ଭକ୍ତି ହେଉ ତାଙ୍କ।୩।
ଅମ୍ଳଜାନ ଗ୍ୟାସ୍ କାହିଁକି ନିଅଣ୍ଟ
ବୁଝି ହେଉ ନାହିଁ କିଛି,
ତାହାରି ଅଭାବେ ମରୁଛନ୍ତି ଜନ
ବୁଦ୍ଧି ଦିଶୁ ନାହିଁ କିଛି।୪।
ଡାକ୍ତର କାନ୍ଦୁଛି ଜନତା କାନ୍ଦୁଛି
ଚିନ୍ତାମଗ୍ନ ଦେଶ ଆଜି,
ଅମ୍ଳଜାନ ଗ୍ୟାସ୍ ପରିପୂର୍ଣ୍ଣ ଦେଶେ
ନିଅଣ୍
ଟ ହିଁ କିମ୍ପା ଆଜି।୫।
ଏକତ୍ରିତ ହୋଇ ଏକତା ସନ୍ଦେଶେ
ଆବଶ୍ୟକ ଆଜି ଦେଶେ,
ଯାହା ବି ଜରୁରୀ କରୋନା ରୋଗରେ
ପୂରଣଟି ହେଉ ଦେଶେ।୬।
ରାଜନୀତି ସ୍ୱାର୍ଥ ଦୂର କରି ମନୁ
ସେବା ଭାବ ଦରକାର,
ଠକିଖିଆଙ୍କ ବିଚିତ୍ର ତାଣ୍ଡବ
ଦୂର ହେବା ଦରକାର।୭।
ନିଅଣ୍ଟ ତ ନାହିଁ ନିଅଣ୍ଟ ହେଉଛି
ଚିନ୍ତନର ଦରକାର,
ଭୟାଭୟ କାଳେ ଏପରିଟି କାର୍ଯ୍ୟ
ଦୂର ହେବା ଦରକାର।୮।
ଜଗନ୍ନାଥ ଭକ୍ତି ଏକତ୍ରିତ ହୋଇ
ସେବାଭାବ ଦରକାର,
ନିଃସ୍ୱାର୍ଥର ଭାବ ମନରେ ଧରିଣ
ଜନସେବା ଦରକାର।୯।
କରୋନା ଲହରୀ ସୁନାମୀ କରୋନା
ଦୂର କରିବେଟି ପ୍ରଭୁ
ସଵୁତ କାରଣ ପ୍ରଭୁଙ୍କ ଚରଣ
ନିତ୍ୟେ ଭଜୁ ଥିବା ପ୍ରଭୁ୧୦।