STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

ଦୁଃଖ ବି ଦୁଃଖୀ

ଦୁଃଖ ବି ଦୁଃଖୀ

1 min
13.7K


ଦୁଃଖ କୁ ବି ଲାଗିବ ଦୁଃଖ,

ହେ ଦୁଃଖ,

ତୁମେ ଆସିଛ,

ସ୍ୱାଗତ ଜଣାଉଛି

କାରଣ,

ତୁମେ ମୋର ଅତିଥି

ତୁମର ସବୁ ସର୍ତ୍ତ ମୁଁ ମାନି ନେଉଛି ।।


ସବୁ ଅତ୍ୟାଚାରକୁ

ମୁଣ୍ଡପାତି ସହି ନେଉଛି

କାରଣ

ମୁଁ ଶିକ୍ଷା ପାଇଛି

ଅତିଥି ଭଗବାନ

ଅତିଥି ଦେଵୋଭଵ ।।


ହଁ ମୋର ବି ଏକ ସର୍ତ୍ତ ଅଛି

ତୁମେ ଫେରିବା ପରେ ଆଉ ଆସିବନି

ଆଉ ଯଦି ଆସିବ ନା

ହୁଏତ,

ଧୌର୍ଯ୍ୟ ଭାଙ୍ଗିଯିବ,

ଆଶା ଲିଭିଜିବ,

ହଁ ଏୟା ବି ହେଇପାରେ

ଆତ୍ମା ଚାଲିଯିବ

ଆଉ ତୁମର ଆତିଥ୍ୟ ସ୍ୱୀକାର କରିବାକୁ ମୁଁ ନଥାଇପାରେ ।।


ଆଉ ସେତେବେଳେ

ତୁମେ ଦୁଃଖ ହେଲେ ବି

ନିଶ୍ଚୟ ଦୁଃଖ ଲାଗିବ

ମୋର ଅନୁପସ୍ଥିତ ପାଇଁ ।।


ନିରଞ୍ଜନ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational