STORYMIRROR

Pankajini Upadhaya

Inspirational

3  

Pankajini Upadhaya

Inspirational

ଦୁହିତା

ଦୁହିତା

1 min
741


ଅତୀତର ପୃଷ୍ଠା ଲେଉଟାଇ ଚାଲେ

ସ୍ମତିଭରା ସେଇ ଆତ୍ମୀୟ ପଣ

ସମ୍ପର୍କରେ ଯୋଡା ସମୟର ଘୋଡା

ଲଢି ପାରିଲନି ମୃତ୍ୟୁର ରଣ।


ଜନ୍ମରୁ ଦେଖିଛି କୋଳରେ ବଢିଛି

ଅତି ଅରଦଳି ସହିଛ କେତେ '?

ଆତ୍ମୀୟତାବୋଧ ଆତ୍ମୀୟତା ସ୍ବାଦ

ମିଳିଛି ହେ ଜେଜ ତୁମଠୁ ଯେତେ।


ଦୁନିଆ ଦାଣ୍ଡରେ ଠିଆ ମୁଁ ହୋଇନି

ଜାଣିନି ସମ୍ପର୍କେ କର୍ତ୍ତବ୍ୟବୋଧ

କଳ୍ପନା ନାଆରେ ନିତି ଖେଳି ବୁଲେ

ମନର ଭାବନା ହେଉଛି ରୁଦ୍ଧ।


କେତେ ସ୍ବପ୍ନ ତୁମେ ବୁଣିଥିଲ ଜେଜେ

ନାତୁଣୀ ତୁମର ରାଜ ନନ୍ଦିନୀ

କନିଆ ବେଶରେ ରାଜପୁତ୍ର ହାତେ

ସମର୍ପି କରିବ ମୋତେ ବନ୍ଦିନୀ।


ଜଳ ବିଭାଗରେ ଦାୟିତ୍ୱରେ ରହି

ଜଳରେ ଭରିଲ ଆମ ଜୀବନ

ଜେଜୀ ଚାଲିଗଲେ ଅଜଣା ରାଇଜ

ତୁମେ ରହିଥିଲ ବୁଣି ସପନ।


ଦେଖଜେଜେ ତୁମ ଗେହ୍ଲେଇ ନାତୁଣୀ

ଆଖିରୁ ଝରୁଛି ଧାରା ଶ୍ରାବଣ

ପ୍ରବଳ ଗ୍ରୀଷ୍ମରେ ଦେହେ ତାତି ନାହିଁ

ଶୀତରେ ହେଉଛି ଦେହେ କମ୍ପନ।


ଚିନ୍ତା ମଣି ନାମ କରିଛ ସାର୍ଥକ

ଚିନ୍ତାରେ କାଟିଲ ଜେଜୀମା ଅନ୍ତେ

ଏବେ ଚାଲିଗଲ ସ୍ମୃତି ଛାଡିଗଲ

କାନ୍ଦୁଛନ୍ତି ତୁମ ସୃଷ୍ଟ ସମସ୍ତେ।


ଆଶିଷ ତୁମର ଅମୃତର ଧାରା

ଆମ ଭବିଷ୍ୟତ ସୁଧାର ପାଇଁ

ସମସ୍ତେ ଝୁରନ୍ତି ସ୍ମୃତିକୁ ଗୁଣନ୍ତି

ତୁମେ ଚାଲିଗଲ ସତରେ କାହିଁ ?


ମୋ ପିତୃବ୍ଯ ଗଣ ତୁମ ଦତ୍ତ ଗୁଣ

ତୁମ ଚେତନାର ସୁସ୍ଥ ପ୍ରଭାବେ

ଝୁରି ହେଉଛନ୍ତି ଗୁଣ ବାହୁନନ୍ତି

ତୁମ ଭାବର ବନ୍ଧନ ଅଭାବେ।


ଛାଡି ଚାଲିଗଲ ଏହି ମର୍ତ୍ତ୍ୟଲୋକ

ସ୍ବର୍ଗରେ କରିଲ ସୁନ୍ଦର ଘର

ଜେଜୀମାଆ ସାଥେ ବନ୍ଧନରେ ରହି

ସୁଖ ଦୁଃଖ ବାଣ୍ଟୁଥିବ ତୁମର।


କରୁଛି ବିନତି ଜଗତର ପତି

ତୁମ ଆତ୍ମା ଲଭୁ ସମସ୍ତ ଶାନ୍ତି

ଆର ଜନମରେ ଆମରି ଗୃହରେ

ଜନମ ହୁଅନ୍ତୁ ବିନୟ ଅତି।


ଦିଅହେ ଆଶିଷ ଦିଅ ଦିବ୍ଯାଶିଷ

ଦିଅ ଜେଜେ କିଛି ଅମୃତବାରି

ଆମ ପରିବାର ବନ୍ଧୁ ପରିଜନ

ଖୁସିରେ ବିତାନ୍ତୁ ଗୁଣ ସୁମରି।


ଦୁଃଖର ବାଦଲ ଅପସରି ଯାଉ

ସୁଖରେ ଶାନ୍ତିରେ ଭରୁ ସଂସାର

ତୁମର ସକଳ କ୍ରିୟା କର୍ମ ମାନ

ଭଲ ଭଲରେ ହେଉ ସମାପନ।


ପ୍ରଣାମ କରୁଛି ମଥା ନତ କରି

ଆଶୀର୍ବାଦ ଭିକ୍ଷା ଅତି ମୋହର

ଜୀବନର ପଥ ହେଉ ଶୃଙ୍ଖଳିତ

ଏହି କୃପା ଥାଉ ମୋର ଉପର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational