STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଦୁହିତା

ଦୁହିତା

1 min
174

ସମ୍ପିଦେଲା ତାର ସାଇତା ଜୀବନ

ଦୁହିତାଟେ ହେବା ପାଇଁ,

ବିକିଦେଲା ଯେତେ ଅନୁଢ଼ା ସପନ

ଦୁହିତାଟେ ହେବା ପାଇଁ। 


ଅଧା ବାଟେ ଯେବେ ଭେଟ ହେଲା ତାର

ଖସଡ଼ା ସଂସାର ଘାଟ,

ତୁଠ ପଥରଟା ଶିଉଳିରେ ଭରା

ଖସିଗଲା ବୋଲି ନାଟ

ମଉଳିଲା ଜୁଇ ଯାଇ,

ତୁଳସୀ ସାଜିଲା ଶେଷ ଆଶ୍ରା ତାର

ଦୁହିତାଟେ ହେବା ପାଇଁ।


ପାଦ ଦେଉ ଦେଉ ସେ ସଂସାର ଘାଟରେ

ଲାଗି ଗଲା ଯେତେ ଗୋଳ,

ତାକୁ କେନ୍ଦ୍ର କରି ଘଟିଲା ଘଟଣା

ଉଡ଼ିଲା ଛପର ଚାଳ

ସବୁ ବ୍ୟଥା ସହି ନେଇ,

ଆଖି କାନ ପାଟି ବୁଝିବାକୁ ପଡ଼େ

ଦୁହିତାଟେ ହେବା ପାଇଁ।


ସେ କୁଳ ଆକାଶ ଏକୁଳର ମାଟି

ଅଛୁଆଁ ସାଜନ୍ତି ଧୀରେ,

ବନ୍ଦିନୀ ସମ ଚକ୍ରବାଳେ ଚାହିଁ

ଦିନୁଁ ଦିନ ଜୀଇଁ ମରେ

ଆଉ ଏକ ଜନ୍ମ ପାଇ,

ହଜିଲାଣି ତାର ଆକୃତି କେବେଠୁ

ଦୁହିତାଟେ ହେବା ପାଇଁ।


ଅପର ହିତାର୍ଥେ ନିଜ ରକ୍ତ ମାଂସ

ସବୁ ଢ଼ାଳି ଦିଏ ଯେବେ,

କର୍ତ୍ତବ୍ୟର ଆଖ୍ୟା ଦେଇ ଏ ସମାଜ

ସ୍ଵୀକୃତି ଦିଏନା କେବେ

ସଳିତାଟେ ପରି ହୋଇ,

ନିଜେ ଜଳି ପାଂଶ ହେବା ପାଇଁ ବାଧ୍ୟ

ଦୁହିତାଟେ ହେବା ପାଇଁ।


Rate this content
Log in

Similar oriya poem from Abstract