STORYMIRROR

banaja nandini mishra

Inspirational

4  

banaja nandini mishra

Inspirational

ଦୁହିତା

ଦୁହିତା

1 min
649

ମାଆ ମୋର, ତୁ ପରା ଦୁହିତା

ଦୁଇ କୁଳ ପାଇଁ ହିତା

ତୁ ଭଗିନୀ, ଜାୟା, ଜନନୀ

ରୂପରେ ତୁ ଲକ୍ଷ୍ମୀ

ଗୁଣେ ସରସ୍ବତୀ

ଦୁର୍ଗା ରୂପେ ତୁହି

ଶକ୍ତି ସ୍ୱରୂପା ।


ତୁ ନିର୍ଭୟା, ଅଭୟା

ତୁ ଯଜ୍ଞର ଆହୁତି

ତୋ ବିନା ପୂର୍ଣ୍ଣତା କାହିଁ 

ତଥାପି ଏ ନିଷ୍ଠୁର ସମାଜ

ଆଜିବି ତୋର ମୂଲ୍ୟ ବୁଝୁନାହିଁ ।


ପ୍ରତିମା ତରଳି ଯିବ

ଶୁଣିଲେ ତୋ ମିଠା ମିଠା କଥା

ତୁ ହସିଲେ ଝଡି ପଡେ

ଅମୁଲ୍ୟ ମୁକୁତା

ଘର ଅଗଣାର କୋମଳ ଫୁଲଟିଏ

ଦୁହିତା ତୁ ଲାଜକୁଳୀ ଲତା

କିଛି ଅଭିଯୋଗ ନାହିଁ ତୋର

ଯେତେ ଯନ୍ତ୍ରଣାରେ ପୂର୍ଣ୍ଣ ହେଲେବି

ତୋ ଜୀବନ ସଳିତା ।


ଅନେକ ରୂପ ତୋର

ଅନୁରାଗୀ, ଅନୁନୟୀ ଆଉ

ଅଭିମାନିନୀ ତୁ

ସତେ ତୋର କେତେଯେ ମହତ୍ତ୍ୱ

ତଥାପି କାହିଁକି ତୁ ଅଲୋଡ଼ା

ଅବାଂଛିତ ଓ ଅପରିଚିତ

ଅପରାଜିତା ହୋଇ ବି

ବେଳେବେଳେ ହଜିଯାଏ

ତୋହରି ଅସ୍ତିତ୍ୱ ।


ବେଦ ପୁରାଣେ ତୋର ନାମ ଦେବୀ

ତୋର ଗୋତ୍ର ବଦଳେ

ତୋର ସ୍ବପ୍ନ ପୁଣି ପରିଚୟ ବଦଳେ.

ବଦଳିଯାଏ ତୋର ପ୍ରତିଛବି

ସତେ କଣ ତୁ ନୀରବ ବିପ୍ଲବୀ ।


ତୁ ଆକାଶ ପରି ନିର୍ମଳ

ତେଜ ତୋର ଖରା ଠାରୁ

ଆହୁରି ଉଜ୍ବଳ

ଆଖିରେ ଆଖିଏ ଆଶା

ଦିଶେ ଝଲମଲ

ସ୍ୱାଧୀନ ନାଁରେ ସ୍ବେଛାଚାରି ନୁହଁ

ପାଇଥିବା ଶିକ୍ଷା, ସଂସ୍କାରକୁ ନେଇ

ତୋର ଆଶାର ବିରାଟ ଦ୍ରୁମକୁ

ଭୂସ୍ଖଳନରେ ଭୂମି ଠାରୁ

ଅଲଗା ନକରି

ବିଦ୍ରୋହୀ ହୋଇ

ବିପ୍ଳବର ବୀଜ ବୁଣି ଚାଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational