Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Inspirational

4  

Kshitish Jena

Abstract Inspirational

ଦଶହରା

ଦଶହରା

1 min
276



ଦଶହରାରେ ଦଶଭୁଜା

     ପାଆନ୍ତି ପୂଜା ସେହି

ସବୁରି ମନେ ହସ ଉଲ୍ଲାସ

       ଭରି ରହିଛି ଭାଇ ।


କାଶତଣ୍ଡୀର ଫୁଲ ଫୁଟଇ

      ଦିଶଇ ବାଟ ଘାଟ

 ଶରତ ଋତୁ ଆଶ୍ୱିନ ମାସେ

       ମାଆ ହୁଅନ୍ତି ପ୍ରଘଟ ।


ଗାଁରେ ତଥା ସହରରେ ପରା

     ହୁଅଇ ପୂଜା ଭାଇ

ପଲ୍ଲୀ ଠୁ ଦିଲ୍ଲୀ ହୁଅଇ ଭିଡ 

      ମନକୁ ନିଏ ମୋହି ।


ଯେତେବେଳେ ଏ ଧରାପୃଷ୍ଠରେ

     ଅଧର୍ମ ଜାତ ହୁଏ

ମା' ଦୁର୍ଗାଙ୍କ ଆବିର୍ଭାବରେ

      ପାପ ବିନାଶ ହୁଏ ।


ଦୁର୍ଗାପୂଜାରେ ଦେବୀପାଖକୁ

     ଭକତ ଭୋଗ ନେଇ

ନିଜର ଦୁଃଖ ଶୋକ ଜଣାନ୍ତି

     ଉକ୍ତ ପ୍ରଣତି ହୋଇ ।


ଦୁର୍ଗାମେଢ଼ର ପାଖରେ ଶଖୀ

        ଶିବପାର୍ବତୀ ମୂର୍ତ୍ତୀ

ମହିଷାସୁର ବଧ ମୂରତୀ

        ଜଣାଏ ଦୁର୍ଗା ଶକ୍ତି ।


ମହିଷାସୁର ପାଖେ ବିଫଳ 

         ହେଲେ ଦେବତାଗଣ

ସେବେ ପ୍ରକଟ ଜଗତ୍ ଜନନୀ

        ନାଶିଲେ ଦୈତ୍ୟ ପ୍ରାଣ ।


ସବୁ ସହନ୍ତି ଠାକୁରେ ଏଠି

        ଗର୍ବକୁ ସହନ୍ତିନି  

ଦଶହରାରେ ଦୁର୍ଗାଙ୍କୁ ପୂଜ

      ସେ ପାପ ବିନାଶିନୀ ।


Rate this content
Log in

Similar oriya poem from Abstract