Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ଦଶହରା

ଦଶହରା

2 mins
154



'ଦଶହରା ଆସିଛି:

ଆଲୋକିତ ଅନ୍ଧକାରର ଅନାବୃତ ଅଧ୍ୟାୟରେ

ଅଲିଭା କାଳିରେ ଲିଖିତ ଅକାଟ୍ୟ ଫର୍ଦ୍ଦରେ

ଅନୁରଶିତ ଆବିହ ସଂଗୀତର ଅରୁଣ ଆଭାରେ

'ଦଶହରା ଆସିଅଛି:

କୁଢ଼ କୁଢ଼ ଆବର୍ଜନା ଭିତରେ ସ୍ୱଚ୍ଛତାର ଉପହାସରେ

କଦମ୍ବ ବନର କୌମୁଦୀ ସୌରଭରେ କୁରେଇ ଫୁଲରେ

ରୋମାଂଚିତ ରୋମ୍ୟଥନରେ ଶିହରିତ ସଂବେଗରେ

ଦଶହରା ଆସିଛି:

ଅଛଡା ଅଭ୍ୟାସର ଅପଢ଼ା ପାଠରେ

ବିଲୁପ୍ତପ୍ରାୟ ନୈତିକତାର ନାତିଦୀର୍ଘ ଆଲୁଅରେ

ବିଦୁଦ୍ରାୟନର ଅନାକଳିତ ପ୍ରଭାବରେ ମନ୍ଦିର ଅଭିବୃଦ୍ଧିରେ

ଦଶହରା ଆସିଅଛି:

ଅଭିଯୋଗ ପ୍ରକୋଷ୍ଠର ଅପ୍ରାସଂଗିକତାରେ

ଅସଫଳ, ଆବିର୍ଭୁତ ଉନ୍ନୟନର ପୃଷ୍ଠଭୂମିରେ

ଅସୂର୍ଯ୍ୟପଶ୍ୟା ଅହଲ୍ୟାରି ଅଭୁଲା ଅଂତଃସ୍ବରରେ

'ଦଶହରା ଆସିବ:

ପ୍ରଗତି ଓ ପରିବର୍ତ୍ତନର ପୃଥକ ଏକ ପରିଭାଷାରେ

ସମତୁଲ ସମାଜ ବ୍ୟବସ୍ଥାର ସାର୍ଥକ ସ୍ଵପ୍ନର

ସୃଜନଶୀଳତାର ଭିନ୍ନ ଏକ ଦିଗ୍ୟତରେ ।

ଦଶହରା ଆସିଛି:

ଅପସଂସ୍କୃତିର ଅମା ଅନ୍ଧାରରେ- ନୀତିହୀନତାରେ

ଉଚ୍ଚାଭିଳାଷର ଅବପତନରେ-ନିଛକ୍ ବାସ୍ତବତାରେ

ଶତାବ୍ଦୀର ମୋହଇଂରେ- ସ୍ନାନି ଓ କାରୁଣ୍ୟରେ

• ଦଶହରା ଆସିଛି:

ଦଶହରା ଆସେ:

ପ୍ରିୟଜନଙ୍କ ବହୁ ପ୍ରତୀକ୍ଷିତ ପିଳନରେଆକାଂକ୍ଷିତ ଲକ୍ଷ୍ୟର

ପ୍ରାପ୍ତିରେ- ଆତମସଂତୋଷରେ

ଅଫୁରଂତ ପ୍ରାଣପ୍ରଚୁର୍ଯ୍ୟଭରା ଜୀବନାନୁଭୂତିରେ

ଦଶହରା ଆସେ:

ଦଶଦିଗପାଳଙ୍କ ପୂଜାର୍ଚ୍ଚନାରେ ଆରାଧନାରେ

ସତ୍ୟ, ଧର୍ମ, ନ୍ୟାୟ ଓ ଜ୍ଞାନର ଅପୂର୍ବ ରୋଷଣୀରେ

ମହାମୋହମୁକ୍ତ ଅହଲ୍ୟାର ଜୀବ୍ୟାସରେ

ଦଶହରା ଆସିବ:

ଶାନ୍ତ, ସୁରଭିତ, ସମାହିତ ସାଧନାରେ

ଯକ୍ଷପ୍ରଶ୍ନର ଚାତୁର୍ଯ୍ୟଭରା, ପ୍ରହେଳିକା ମୁକ୍ତ ଉତ୍ତରରେ

ଏକ ସୁରମ୍ୟ, ସୃଜନଶୀଳ ଦିନଚର୍ଯ୍ୟାର ଅୟମାରମ୍ଭରେ

ଦଶହରା ଆସେ:।

ଏକ ଗୌରବୋଜ୍ଜଳ ଐତିହ୍ୟର ପରମ୍ପରାରେ

ପ୍ରଚଳିତ ଜୀବନ ଧାରାରେ ଅମୃତାୟନରେ

ଭାରତୀୟ ସଂସ୍କୃତିର ସର୍ବଶ୍ରେଷ୍ଠ ପରିଚୟରେ

ଦଶହରା ଆସେ:

ଶିଶିର ସିକ୍ତ ସକାଳର ନିର୍ମଳ ଆକାଶରେ

ପରିବ୍ୟାପ୍ତ ସବୁଜିମାରେ ଫସଲର ପାଚୁର୍ଯ୍ୟରେ

ଆହ୍ମାଦିତ ଚାଷୀକୁଳଙ୍କ ଫୁଟନ୍ତା ହସରେ

ଦଶହରା ଆସେ:

ବିଦାୟୀ ମୌସୁମୀର ଅନିର୍ବଚନୀୟ ସୌନ୍ଦର୍ଯ୍ୟରେ

ବୟସର ବାବଦରାର ଉଦ୍ଧତ, ପ୍ରଗଳଭା ଯୌବନରେ

ଅନବଦ୍ୟ ଏକ ମୋହାକର୍ଷଣରେ, ଉଚ୍ଛଳ ତରଂଗରେ

ଦଶହରା ଆସେ:

ମଧ୍ୟବର୍ତ୍ତୀକାଳିନୀନ ବାର୍ଷିକ ଆତୁ ସମୀକ୍ଷାରେ

ବ୍ୟବସ୍ଥାଗତ ତୃଟି ମାର୍ଜନାର ଆଉ ଏକ ସୁଯୋଗରେ

ସଚେତନ, ସଂବେଦନଶୀଳ, ନିରପେକ୍ଷ ବିତର୍କରେ

ଦଶହରା ଆସିବ:

ଅତିନ୍ଦ୍ରିୟ ଚେତନା ଲଛ ଜ୍ଞାନର ସୁଷମ ବିତରରେ

ପ୍ରାସଂଗିକ ପୃଷ୍ଠପୂମିରେ- ଚେତନଶୀଳ ପର୍ଯ୍ୟାଲୋଚନାରେ

ମହାମନୀଷୀକ ପ୍ରଦର୍ଶିତ ଦିଗବାରେଣୀର ସାର୍ଥକ

ପରିକଳ୍ପନାରେ

ଦଶହରା ଆସିଛି:

ଶାରଦୀୟ ପୂଜା ସଂଭାରରେ- ପାର୍ବଣର ମହକରେ

କାଶନୀରେ ସୁଷମାମୟୀ ଶୋଭାରେ ରୂପର

ରୋଷଣୀରେ

ଉଷତ୍, ଆନନ୍ଦ ଓ ଉତ୍ସାହର ତ୍ରିବେଣୀ ସଂଗମରେ

ଦଶହରା ଆସିଛି:

ଆଡମ୍ବରପୂର୍ଣ୍ଣ ସାଜସଜାରେ ଦେବୀପୂଜାରେ

ନବରାତ୍ରର ଶୁଦ୍ଧପୂତ ବାତାବରଣରେ ନିର୍ମଳ ଚେତନାରେ

ବିଜୟା ଦଶମୀର ପାପତାପ ହାରୀ ମାହେନ୍ଦ୍ର ମୁହୁର୍ଭରେ

ଦଶହରା ଆସିଛି:

ଅତ୍ୟାଚାର ଓ ଅନାଚର ବିରୋଧୀ ଏକଜୁଟ ସଂଗ୍ରାମରେ

ସତ୍ୟ,ନ୍ୟାୟ, ଧର୍ମ ସଂସ୍ଥାପନରେ ବିଜଯୋଲ୍ଲାସରେ।

ପ୍ରସନ୍ନଚିତ୍ତ ଜନତାଙ୍କ ଆବେଗଭରା ପଟୁଆରରେ

ଦଶହରା ଆସିବ:

ଯୁଗ ପୁରୁଷକ ଧରାବତରଣରେ- ମହା ଆଗମନରେ

ଅପ୍ରଭାବିତ ଜୀବନତରୀରେ ଝରଣାର କୁଳୁକୁଳୁ

ସଂଗୀତରେ

ସୁପ୍ରବାହିତ ସ୍ଵଜଳଧାରାରେ- ସୌମ୍ୟ ରୂପଚର୍ଯ୍ୟାରେ

ସନ୍ଥ ଅଭିଯାନର ସଫଳତାରେ- ଯୁଗୋପଯୋଗୀ କ୍ରାତିରେ

ସହୃଦୟତାଭରା ଆଭିମୁଖ୍ୟ ସଂପନ୍ନ ପ୍ରଶାସନରେ

ସୃଜନୀର ନବ ସଂଜୀବନୀରେ ପରିବର୍ତ୍ତନର ପରିବର୍ତ୍ତିତ

ଭାଷାରେ

ଗୋପାଲମାଲ, ସମ୍ବଲପୁର ।


କଂଠିତ ମୌସୁମୀର ବିକ୍ଷିପ୍ତ ବାରିଧାରାରେ

ସଂଭାବ୍ୟ ଫସଲହାନୀର ଆଶଂକିତ ଆକଳନରେ

ସରର୍କରଙ୍କ ଖଣି ପ୍ରୀତିରେ ଅସାଧୁ ଚକ୍ରବ୍ୟୁହରେ

ଦଶହରା ଆସେ:-)

ପୂଯୌବନା, ଉଦ୍ଧତ ମୌସୁମୀର ପ୍ରତ୍ୟାବର୍ତ୍ତନରେ

ପବିତ୍ର ସଂଜୀବନୀଭରା ସବୁଜିମାରେ- ପ୍ରାଚୁର୍ଯ୍ୟରେ

ପରିପୂର୍ଣ୍ଣତାର ଏକ ବ୍ୟାପକ, ଅର୍ଥପୂର୍ଣ୍ଣ ଜ୍ୟୋତିରେ

ଦଶହରା ଆସିଛି:

ସୀମା ସମସ୍ୟାର ପୂଟନୀତିକ ସମାଧାନରେ

ଆତଙ୍କବାଦର ଆନ୍ତର୍ଜାତିକ ହିଂଦାଗାନରେ

ମନ୍ଥର ଅଭିବୃଦ୍ଧି ଜନିତ ଶିତଳ ଅର୍ଥନୀତିରେ

। ଦଶହରା ଆସିବ:

ପରିବ୍ୟାପ୍ତ ଚେତନାରେ- ସୃଜନଶୀଳ ଆଭିମୁଖ୍ୟରେ

ସମାଜର ଉଚ୍ଚ ନୈତିକ ମୂଲ୍ୟବୋଧ ସଂପନ୍ନ ରୂପରେ

ସମତା, ଅର୍ଥପୂର୍ଣ୍ଣତା ଓ ପ୍ରାସଂଗିକତାର ସମାହାରରେ

ଦଶହରା ଆସେ:

ପୁନଶ୍ଚ ବସନ୍ତର ଫଳବତୀ ପ୍ରତିଶ୍ରୁତିରେ

ଗତାୟୁ ମୌସୁମୀର ପ୍ରତ୍ୟାବର୍ତ୍ତନ ବେଳାରେ

ହାଲକା ହାଲକା ଶୀତର ଆଗମନୀ ସଂଗୀତରେ

ଦଶହରା ଆସେ:

ପାର୍ବଣର ପ୍ରାଚୁର୍ଯ୍ୟଭରା ମାହୋଲରେ

ଯୁବସୁଲଭ ଉଦ୍ଦାମତାରେ-ନୀତିନି ଦିଚର୍ଯ୍ୟରେ

ନବ ସଂଜୀବନୀ ଭରା ପରିପୁଷ୍ଟ, ସତବତଃସ୍ଫୁର୍ତ୍ତ ଆବେଗ

ଦଶହରା ଆସେ:

ପ୍ରିୟଜନଙ୍କ ବହୁ ପ୍ରତୀକ୍ଷିତ ମିଳନ ଆକାଂକ୍ଷିତ ଲକ୍ଷ୍ୟବି

ପ୍ରାପ୍ତିରେ ଆତ୍ମସନ୍ତୋଷ ।


Rate this content
Log in

Similar oriya poem from Classics