Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR RANJAN BEHERA

Inspirational

3  

DR SAMIR RANJAN BEHERA

Inspirational

ଦଶାବତାର

ଦଶାବତାର

1 min
408


        


         ଆହେ ଭଗବାନ  ବିଷ୍ଣୁ ଦେବାୟ

                 ଜଗତ ଉଦ୍ଧାର ପାଇଁ

       ଦଶ ଅବତାରେ ଅବତରିଲ ପ୍ରଭୁ

              ପାପୀଙ୍କ ବିନାଶ ପାଇଁ ll 0 ll


        ଧରିତ୍ରୀ ଯେବେ ବୁଡି ଯାଉଥିଲା  

              ଅଥଳ ସାଗର ଜଳେ

       ମତ୍ସ୍ୟ ଅବତାରେ ଅବତରି ପ୍ରଭୁ

            ଲଗେଇଦେଲ କୁଳେ ll 1 ll

           l ଜୟ ଜଗଦିଶ ହରେ l


        ଦଧି ସାଗରରେ ମନ୍ଥନ ବେଳେ

             ଅମୃତ ପାଇବା ପାଇଁ

        ଡୁବି ଯାଉଥିଲା ମନ୍ଦିରା ପର୍ବତ

             ରଖିଲ କଛପ ହେଇ ll 2 ll

          l ଜୟ ଜଗଦୀଶ ହରେ l


        ଦୁଷ୍ଟ ହୀରନ୍ୟାଷ ବସୁଧା ମାଆକୁ

         ନେଇଯାଉଥିଲା ପାତାଳ ପୁର

        ବରାହ ରୂପରେ ନିଧନ କରିଣ

         ବସୁଧା ମାଆକୁ କଲ ଉଦ୍ଧାର ll 3 ll

         l ଜୟ ଜଗଦୀଶ ହରେ l


        ହିରଣ୍ୟକଶିପୁ ଯେ ଦୁଷ୍ଟ ଦାନଵ

       ଯାତନା ଦେଲା ତୋ ଭକ୍ତ ଉପରେ

       ନୃସିଂହ ରୂପରେ ଖମ୍ବରୁ ବାହାରି

         ବିଦାରିଦେଲ ନିଜ କୋଳରେ ll 4 ll

           l ଜୟ ଜଗଦୀଶ ହରେ l


         ବଳି ରାଜା ନିଜ ପରାକ୍ରମ ବଳେ

              ଜିଣି ଗଲା ତିନି ପୁର

        ବାମନ ବେଶରେ ଦାନମାଗି ତାକୁ

           ଚାପିଦେଲେ ପାତାଳ ପୁରକୁ ll 5 ll

                l ଜୟ ଜଗଦୀଶ ହରେ l


         ପର୍ଶୁରାମ ବେଶେ ଧରିଣ ପ୍ରଭୁ ଯେ

            ମାତୃହତ୍ୟା ପ୍ରତିଶୋଧ ନେଲ

         ବ୍ରାହ୍ମଣ କୁଳ କୁ ରକ୍ଷା କରିଣ

            କ୍ଷତ୍ରିୟ କୁଳ ନାଶ କଲ ll 6 ll

             l ଜୟ ଜଗଦୀଶ ହରେ l


         ରାମ ଅବତାରେ ରାବଣ ନାସିଲ

             ସୀତାଙ୍କୁ ଉଦ୍ଧାର କଲ

         ପିତୃ ଭକ୍ତିର ପରାକାଷ୍ଠା ଦେଖେଇ

            ଅଯୋଧ୍ୟାକୁ ସୁଶାସନ ଦେଲ ll 7 ll

               l ଜୟ ଜଗଦୀଶ ହରେ l


        କୃଷ୍ଣ ଅବତାରୀ ଦେବକୀ ନନ୍ଦନ

              ଗୋପିଙ୍କୁ ମୋହନ କଲ

        ମହାଭାରତକୁ ନିର୍ଦ୍ଦେଶ କରିଣ

              ପାପୀଙ୍କୁ ବିନାଶ କଲ ll 8 ll

           l ଜୟ ଜଗଦୀଶ ହରେ l


      ଶୋକ ସନ୍ତପ୍ତ ସଂସାର ପଙ୍କରୁ

          ଉଦ୍ଧାର କରିବା ପାଇଁ

      ଧର୍ମର ଶାନ୍ତିର ବାର୍ତ୍ତା ବହିଲ

          ବୁଦ୍ଧ ଅବତାର ନେଇ ll 9 ll

         l ଜୟ ଜଗଦୀଶ ହରେ l


       କଳିଯୁଗରେ ଦୁର୍ଦ୍ଦଷ ପାଇଁ

          କଳ୍କୀ ଅବତାର ନେଇ

      ବାର ହାତେ ଖଣ୍ଡାରେ ପାପୀ ବିନାଶିବ

          ଧର୍ମର ସ୍ଥାପନା ପାଇଁ  ll 10 ll

          

     

            

       



Rate this content
Log in

Similar oriya poem from Inspirational