STORYMIRROR

ବିନୟ ମହାପାତ୍ର

Classics

3  

ବିନୟ ମହାପାତ୍ର

Classics

ଦୃଷ୍ଟି ଦୋଷ

ଦୃଷ୍ଟି ଦୋଷ

1 min
363

ଏଇ ଦେଖ, 

ମୁଁ ମୁଠା ଖୋଲି ଦେଲି, 

କିଛି ନାହିଁ ନା'

ବନ୍ଦ ମୁଠାରେ ବି କିଛି ନଥିଲା  

ହେଲେ ମୁଠା ବନ୍ଦ କରିଦେଲେ, 

ତୁମ ସନ୍ଦେହର ସିନ୍ଦୁକ ଖୋଲିଯାଏ, 

କେଜାଣି କାହିଁକି ଏମିତି ହୁଏ  

କିଛି ଢାଙ୍କିକି ରଖିଲେ 

ଦେଖିବା ଲୋକର ନଜର 

ତା ଉପରେ କାହିଁକି ଲାଖି ରହିଯାଏ

ଦେଖନ୍ତିନି ଟିକେ, 

କି ସଂପତ୍ତି ଲୁଚାଇ ରଖିଚି 

ତା କାଞ୍ଚୁଲି ଭିତରେ


ଏଠି ଢାଙ୍କିଦେଲେ ସନ୍ଦେହ ବଢିଯାଏ, 

କୌତୁହଳି ମନ 

ଆବିଷ୍କାରୀ ହେବାକୁ ଚେଷ୍ଟା କରେ, 

ଖୋଲା ରଖିଦେଲେ ନଜର ଲାଖିରହେ, 

ଗୋପ ବଜାରରେ ରାଧାର ଚରିତ୍ରରେ 

କଳଙ୍କ ଲାଗିଯାଏ  

ଏଇଠି ଶାର୍ଗୁଣାର ଦୃଷ୍ଟି 

ଶବ ନୁହେଁ କଞ୍ଚା ମାଂସ ଖାଏ, 

କୁକୁରର ଦୋଷ ନୁହେଁ, 

ଦୋଷ ତାର, 

ନଢାଙ୍କି ରଖିଥିଲା ଯିଏ


ଦୁନିଆରେ ବହୁତ କିଛି ତ ଦିଶୁଚି, 

ମାଆର ଉଲଗ୍ନ ସ୍ତନରୁ 

ଦୁଧ ତ ପିଇଥିବ କେବେ, 

ନିଜ ଭଗ୍ନିକୁ କିମ୍ବା କନ୍ୟାକୁ 

କଣ କେବେ ବି ଦେଖିନି 

ତାର ସଦ୍ୟସ୍ନାତା ଅର୍ଦ୍ଧନଗ୍ନ ଶରୀରେ

ତେବେ ବି କଣ ଶଇତାନ ଜାଗି ଯାଏ

ତାର ଆତ୍ମାର ଗଳା କାଟି ଦିଏ  

କାହିଁକି ଦିଶେନା ମାତା, 

କନ୍ୟା କିମ୍ବା ଭଗ୍ନିର ଚେହେରା 

ଅନ୍ୟ ନାରୀ ଦେହେ


ବ୍ୟଧିଗ୍ରସ୍ତ ନିର୍ଲଜ ପୁରୁୁଷ ସେ 

ବିକୃତ ମନ, ଆତ୍ମା ତାର ସମ୍ବେଦନହୀନ 

ପୁରୁଷ ସେ କାପୁରୁଷ 

ନିଚ୍ଚ ପଶୁ ଠାରୁ ହୀନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics