STORYMIRROR

Prabhanjana Tripathy

Abstract

3  

Prabhanjana Tripathy

Abstract

ଦର୍ଶନ

ଦର୍ଶନ

1 min
258

ଜୀବନରେ ବନ୍ଧୁ

ଦିନ ପରେ ଦିନ

ମିଶ୍ରଣ ହୋଇବ ସୁଦୀନ ,ଦୁର୍ଦ୍ଧିନ


ମିଶ୍ରଣ ଫଳରେ ,ମିଠା , ଖଟା ଥିବ

ଅଳ୍ପକେ ଆମ୍ବିଲି,କଷା ବି ଲାଗିବ

କର୍ମ ଫଳ ଯଦି ,ଜାଗିବ ସେଦିନ

ଜଣା ପଡିଯିବ , ସୁଦୀନ,ଦୁର୍ଦ୍ଧିନ


ବାସ୍ତବିକ ଭାଵ ଅନ୍ତରେ ଆସିବ

ଉଜ୍ଵଳ ଯାଇ ଅନ୍ଧାର ଗ୍ରାସିବ

ପୁଣି ଯେବେ ଦେବ ଉଜ୍ଵଳ କିରଣ

ଜଣା ପଡିଯିବ, ସୁଦୀନ,ଦୁର୍ଦ୍ଧିନ


ଯେତେବେଳେ ଜୀଵ ନାଚିବ ନାଚିବ

ଭଲ,ଭେଲ ଛନ୍ଦ ତୁଳରେ ବାଛିବ

ଆନନ୍ଦ ଆନନ୍ଦେ ଖେଳିବ ଜୀବନ

ଜଣା ପଡିଯିବ, ସୁଦୀନ , ଦୁର୍ଦ୍ଧିନ


ନ ରହିବ ପଛେ ଜୀବନ,ଶରୀର

ପିଣ୍ଡ ପୋଡି ଯାଇ ଆତ୍ମା ଜୀଵ ଚୀର

କୀର୍ତ୍ତୀ କୁଞ୍ଜେ ଦେବ' ବଂଶୀର ସ୍ଵନ

ଜଣା ପଡିଯିବ, ସୁଦୀନ,ଦୁର୍ଦ୍ଧିନ


ଭକ୍ତ ନ ରହିବ,ନ ରହିବ ହରି

ଭୁଗଳ ମଧ୍ୟରେ ନର ରୂପ ଧାରୀ

କେବଳ ରହିବ ଆତ୍ମାର ହିଁ ମାନ

ଜଣା ପଡିଯିବ,ସୁଦୀନ, ଦୁର୍ଦ୍ଧିନ


କେବଳ ଆତ୍ମାର ନିତ୍ୟତା ଜାଣି

ଯଦି ଭଜି ପାର ଭଜ କୃପାମଣି

ଜାଣ ବନ୍ଧୁ ତୁମେ , ତାହାଠୁ ଅଭିନ୍ନ

ଜଣା ପଡିଯିବ,ସୁଦୀନ,ଦୁର୍ଦ୍ଧିନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract