STORYMIRROR

Biswanath Nayak

Tragedy Others

3  

Biswanath Nayak

Tragedy Others

ଦରଦୀ--------

ଦରଦୀ--------

1 min
30


ଲୁହ ଶୁଖିଯାଏ

    ଦାଗ ରଖିଯାଏ

        ଦିନ ଯାଏ ରହେ ଚିହ୍ନ,

କାହା ଆଖିଲୁହ

     ପୋଛିବାକୁ ହେଲେ

         ଲୋଡା ତ୍ୟାଗ ବଳିଦାନ। 


ନିଜ ଆଖିଲୁହ

    ନିଜେ ପିଇବାରେ

         ଅଛି କିବା ବାହାଦୂରୀ ?

ତଥାପି ମଣିଷ

    ନିଜ ଆଖିଲୁହ

         ନିଜେ ପିଏ ଚୋରି କରି। 


ନିଜ ଆଖିଲୁହ

    ନିଜେ ଲୁଚି ଲୁଚି

         ପିଇବାକୁ ହୁଏ ଯେବେ,

ଅନ୍ୟ ଆଖିଲୁହ

      ପିଇବାର କଷ୍ଟ

          ଅନୁଭବୀ ଜାଣେ ଭବେ। 


କେତେ ଆଖି ଆଜି

      ସାଜିଛି ଶ୍ରାବଣୀ

            ମମତା ଟିକିଏ ପାଇଁ,

ତ୍ରିତଳ ପ୍ରାସାଦ

      ତୁଳିତଳ୍ପ ଶେଯ

           ଆଖିଲୁହ ପିଏ ନାହିଁ। 


ବହୁଥିବା ନଈ

      ସାଗରକୁ ଖୋଜେ

            ପୂର୍ଣ୍ଣ କରିବାକୁ ଆଶା , 

ବହୁଥିବା ଲୁହ

       ଖୋଜଇ ସାହାରା

              କହିବାକୁ ମନଭାଷା। 


ଲୁହ ମନକଥା

       ବୁଝିବାକୁ ହେଲେ

              ଲୋଡା ଟିକିଏ ଆଦର,

ମମତା କାଙ୍ଗାଳ

       ମଣିଷଟା କାନ୍ଦେ

               ହୁଏ ଯେବେ ହତାଦର। 


ଅନ୍ୟ ଆଖିଲୁହ

       ପିଇବାର ସୁଖ

               ଜୀବନେ ପାଇଛି ଯିଏ,

ସେ ଅଟେ ଦରଦୀ

        ଦୁନିଆର ଲୁହ

               ପିଇବାକୁ ଭଲପାଏ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy