ଦରଦି ବନ୍ଧୁ
ଦରଦି ବନ୍ଧୁ
ଦରଦି ବନ୍ଧୁର ଦରଦ ଅନେକ
ଦୂରୁ ପ୍ରତିଈତ ହୁଏ,,
ଆନନେ ଅନନ୍ୟ ଦରଦ ସମ୍ଭୂତ
କ୍ଷଣେ କ୍ଷଣେ ବାରି ହୁଏ ।
ଦରଦ ଦରିଆ ଅନ୍ତର ମଧ୍ୟରେ
ପରିଧି କି ଅଛି ତାର,,
ଅଶାନ୍ତ ଅନ୍ତରେ ଅଶେଷ କାହାଣୀ
ଲେଖକ କି ଅଛି ତାର ।
ମଉନ ମୁରତି ପ୍ରସ୍ତର ସଦୃଶ
ବିଦାରକ ହୃଦ ଘେନି,,
ଅଶ୍ରୁଳ ନୟନ ଗମ୍ଭିର ନୟନ
କରୁଣ ନୟନ ବେନି ।
ନିଶ୍ଚଳ ପ୍ରତିମା ନିର୍ଜନରେ ରହେ
ନୀରବତା ସଙ୍ଗେ ମିତ,,
ହୃଦେ କୋହୋ ଭାର ମୁଖେ ସ୍ମିତ ହାସ୍ୟ
ଘେନି ମିଥ୍ୟା ଆନନ୍ଦିତ ।
ଗୁଣୁଗୁଣୁ ଶବ୍ଦେ ନିଜ ସାଥେ ଗପେ
ଭିନ୍ନ ଏକ ଦୁନିଆରେ,,
ମିଥ୍ୟା ପ୍ରହସନ କରେନାହିଁ କେବେ
ଅନ୍ୟ କାହା ସମୀପରେ ।
ବୁଝିବା ସହଜ ନୁହଇଁ କେବେ ସେ
ଅବୁଝା ଗଣିତ ସୂତ୍ର,,
ବୁଝି ନେଇଗଲେ କଷି ହେଇଯିବ
ଜୀବନ ଅବୁଝା ସୂତ୍ର ।
ବନ୍ଧୁର ଆଳାପ ବନ୍ଧୁର ବିଳାପ
ଅନନ୍ୟ ଶବ୍ଦ ଭଣ୍ଡାର,,
ଅତି ମର୍ମଭୂତ ଅତି ମନୋଭୂତ
ଶବ୍ଦର ଧାରା ସାଗର ।
କେଡେ ଜୀବନ୍ତ ସେ କେତେ ହୃଦ ଛୁଆଁ
ହୃଦୟେ ରହିବ ସଦା
ଅନୁଭୂତି ମୋର ବନ୍ଧୁ ସହ ନୂଆ
ମରମେ କହିବି ସଦା ।
ପାସୋରି ଦେବି ତା ଯେତେ ଯେତେ କଷ୍ଟ
ଯେତେ ତା ମନର ଦ୍ଵନ୍ଦ,,
ବନ୍ଧୁତାର ଭାରେ ବୋହି ନେବି ଯେତେ
ଦୁଃଖ କଷ୍ଟ ମନୁ ଦ୍ଵନ୍ଦ ।
ସ୍ଵଳ୍ପେ ହେଉ ପଛେ ହସାଇବା ପାଇଁ
ହାସ୍ୟ ବାର୍ତ୍ତା ଓଠେ ବହି,,
ନିର୍ଜନତା ରୁ ମୁଁ ବାହାର କରିବି
ତାର ହସ୍ତେ ହସ୍ତ ଦେଇ ।
