STORYMIRROR

Sukanti Hotta

Classics

2  

Sukanti Hotta

Classics

ଦୃଢ଼ ସଂକଳ୍ପ

ଦୃଢ଼ ସଂକଳ୍ପ

1 min
144

ଭାରତମାତାର ଚରଣ ଧୂଳୀକୁ

ମସ୍ତକେ ଲେପନ କର

ଗର୍ବର ସହ ଛାତି ଫୁଲେଇ

ସଭିଏଁ ତ୍ରିରଙ୍ଗା ଧର


ଦେଶରେ ଶ୍ରେଷ୍ଠ ଭାରତ ବର୍ଷ

ଶାନ୍ତି ଅହିଁସା ଚାହେଁ

ସାରା ବିଶ୍ୱର ଏକତା ପାଇଁ

ହାତ ବଢ଼ାଇ ଥାଏ


ଆମ ଭାରତ ସଭିଙ୍କ ଭାରତ

ଭାଇଚାରା ବୀଜ ବୁଣେ

ଜାତି ଧର୍ମ ବର୍ଣ ନିର୍ବିଶେଷରେ

ସଭିଙ୍କ ହୃଦୟ ଜିଣେ


ଶପଥ ଦିବସେ ଆସ ସଭିଏଁ

ଦୃଢ଼ ସଂକଳ୍ପ ନେବା

ବୃକ୍ଷ ମାଟି ପାଣି ପବନର ସୁରକ୍ଷା କରି

ସୃଷ୍ଟିକୁ ରକ୍ଷା କରିବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics