STORYMIRROR

Santosh Kumar Nayak

Abstract Tragedy Others

4  

Santosh Kumar Nayak

Abstract Tragedy Others

ଦ୍ରୌପଦୀଙ୍କ ପ୍ରଶ୍ନ

ଦ୍ରୌପଦୀଙ୍କ ପ୍ରଶ୍ନ

1 min
339

କୁରୁ ସଭା ମଧ୍ୟେ ପ୍ରଶ୍ନ ଯାଜ୍ଞସେନୀଙ୍କର

ନାରୀ କି ଖେଳନାଟିଏ ପୁରୁଷ ହାତର?

ସ୍ବାମୀ ବୋଲି ତାର କିବା ଅଛି ଅଧିକାର

ବାଜି ଲଗାଇ ପତ୍ନୀକୁ ଖେଳେ ହାରିବାର?

ଜଣଙ୍କର ଜାୟା ନୁହଁ, ପାଞ୍ଚ ପତି ମୋର

ଅନୁମତି ନାହିଁ ମୋର ଆନ ପତିଙ୍କର ।

ନିଜ ଇଚ୍ଛାବଳେ ଏକା ଧର୍ମ ଯୁଧିଷ୍ଠିର

ନାରୀକୁ ଲଗାଏ ବାଜି କେମନ୍ତ ପ୍ରକାର?

ମୁକ ବଧିର ପରାୟେ ଅନ୍ଧ ଧୃତରାଷ୍ଟ୍ର

ମଉନ ଅଛନ୍ତି ଶୁଣି ଶାନ୍ତନୁ କୁମର

ଦ୍ରୋଣାଚାର୍ଯ୍ୟ କୃପାଚାର୍ଯ୍ୟ ଚତୁର ବିଦୂର

ନୟନେ ଲୋତକ ଧାର ମଊନ ଅଧର।

ଦୁର୍ଯ୍ୟୋଧନ ଦାସୀ ବୋଲି କହେ ବାରବାର

ବେଶ୍ୟା ବୋଲି ଉଚ୍ଚାରଇ କର୍ଣ୍ଣ ମହାବୀର

ବିବସନା କରିବାକୁ ଦୁଶା ତତପର

ନାହିଁ ମୂଲ୍ୟ ଟିକେ ହେଲେ ନାରୀ ଇଜ୍ଜତର?

ଶୁଭୁନାହିଁ କାହିଁ ପାଇଁ ଗାଣ୍ଡୀବ ଟଙ୍କାର?

ନୀରବି ଯାଇଛି କାହିଁ ଭୀମର ଚିତ୍କାର?

ନକୁଳର କରବାଳ ସହଦେବ ଅସ୍ତ୍ର

କେମିତି ସହିଲେ ଦେଖି ଦ୍ରୌପଦୀ ବିବସ୍ତ୍ର?

ଧର୍ମ ଆଗେ ଦବିଯାଇ ଅଛି କାହା ସ୍ବର

କିଏ ଅନ୍ଧ କିଏ ମୁକ କିଏ ବା ବଧିର

ସଭା ମଧ୍ୟେ ଜଣେ ହେଲେ ନାହିଁ ମୋ ନିଜର

ଏମନ୍ତ ବିଚାରୀ ଦେବୀ ଯୋଡିଦେଲେ କର ।

ଭାବଗ୍ରାହୀ ଅନ୍ତର୍ଯ୍ୟାମୀ ଜଗତ ଈଶ୍ବର

କୋଟିବସ୍ତ୍ର ଦେଇ ଲଜ୍ଜା ରଖିଲେ ନାରୀର

ସେଇ ନାରୀ ପାଇଁ ହେଲା ଧରମ ସମର

ଧରମ ଜିତିଲା ହାର ହେଲା ଅଧର୍ମର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract