STORYMIRROR

Kabiratna Nutan Kumar Behera

Abstract Inspirational

3  

Kabiratna Nutan Kumar Behera

Abstract Inspirational

ଦୋଷ ଛାଡ଼ି ଗୁଣ ଦେଖ

ଦୋଷ ଛାଡ଼ି ଗୁଣ ଦେଖ

1 min
143

     

ହସ ଲୁହ ପରି ଫୁଲ ଓ କଣ୍ଟାର ଜୀବନ ପଥ

ଚାଲୁ ଚାଲୁ ଆଗକୁ ଆଗେଇ ଆଗେଇ

ପଛ କଥା ବରଂ ସବୁ କିଛି ଭୁଲି ଯାଇ ପାର

ମାତ୍ର ଏତିକି ମୁଖସ୍ଥ କରି ମନେରଖ,

ଯିବାର ଯା' ଥରେ ଗଲେ ହାତରୁ ଖସି

ହୁଏ ତ ସେ ନ ଆସିପାରେ ଆଉ ଥରେ ଫେରି

କିନ୍ତୁ ସବୁବେଳେ ଦୋଷ ଛାଡ଼ି ଗୁଣ ଦେଖ ।


ଆଖିର ବି ଅଛି ଅନେକ ଦୂର୍ବଳତା

ଭଲ ଦେଖିବା ଆଗରୁ ଦେଖେ ସେ ଦୋଷ

ଦୋଷ ଦେଖି ଦେଖି ଦୋଷ ଦେଖିବା

ହୋଇଯାଏ ତାର ଗୋଟିଏ କୁ-ଅଭ୍ୟାସ,

ମନଟା ଭାରି ଅବାଗିଆ ପରକଥା ମୁଣ୍ଡେ ବହେ

ଏଠି ସେଠି ଗାଇ ମଜା ନେଉ ଥାଏ

ଉପରକୁ ଛେପ ପକାଇଲେ ନିଜ ଉପରେ ପଡ଼େ

ଦେଖି ଅନ୍ୟ ଜଣେ ବିଦ୍ରୁପରେ କରେ ପରିହାସ ।


ଦେଖିବା ଆଗରୁ କାହାରି ଦୋଷ ଦୁର୍ବଳତା

ନିଜକୁ ତନଖି ବାର ବାର ବିଚାରି ଦେଖ

ଅନ୍ୟର ଦୋଷ ନିଜ ପ୍ରତି ହେଉନି ତ ସଂକ୍ରମଣ,

ଗୋଟେ ଦୋଷ ଧରୁ ଧରୁ ଦିଶେ ଶହେ ଦୋଷ

ପରିଶେଷେ ସେ କରି ପକାଏ ବିବଶ

ନିଜକୁ ସୁଧାରିବା ପାଇଁ ଲୋଡ଼ା ହୁଏ ଭଲ ଗୁଣ ।


ଭେଦଭେଦ ବାଛ ବିଚାର ମନକୁ କରେ ରୁଗ୍ଣ

କାରଣ ପାଲଟି ଯାଏ ସବୁ ଅକାରଣ

ହେବାକୁ ପଡ଼େ ନାନା ଭାବରେ ହଇରାଣ,

ଥିଲେ ଅହଂଭାବ ଦେଖାଇ ହୁଏ ସେ ବଡ଼ପଣ

ଅନ୍ୟର ଦୋଷ ଦେଖି ରଖେ ନିଜର ଟାଣ

ପରୋକ୍ଷରେ ସେ ଭୋଗୁଥାଏ କେତେ କଷଣ ।


କାହା ଦେହରେ ନାହିଁ ମଳି କରୁଥିଲେ ବି ସଫା

ନିତି ହେଉଥାଏ ନାନା ଭାବରେ ବୋଳି

ନିଜ ଦେହ ମନକୁ ଯିଏ ନ ରଖେ ପରିସ୍କାର

ଅଳିଆ ପରି ହୋଇ ଜମା କରେ ଦୁର୍ଗନ୍ଧ,

ଆଖି ଥାଉଁ ଥାଉଁ ନ ଚାଲିଲେ ଭଲ ବାଟେ

କଣ୍ଟା ମାଡ଼ି ହେଲେ ଆହତ ପାଦରୁ ରକ୍ତ ଝରେ

ନିଜ ପାଇଁ ନିଜେ ହୋଇଯାଏ ସେ ଏକ ଅନ୍ଧ ।


ସବୁରି ଜୀବନରେ ତ ଅଛି ସୁଖ ଦୁଃଖ

ଦୁଃଖ ଦୂରାଇ ଥାଏ କେବଳ ନିଜର ଭଲଗୁଣ

ଗୁଣ ଚିହ୍ନେ ଗୁଣୀର ନିୟମେ ସଂପର୍କ ରହେ ଭଲ,

ଦୋଷ ଧରିଲେ ଜନ୍ମେ ଶତ୍ରୁ ହୁଏ ବିରୋଧି

ହେବାକୁ ଭଲ ଦୋଷ ଛାଡ଼ି ଗୁଣ ଦେଖ

ସେ ମହତ ଗୁଣ ସାଥୀରେ ଦୋଷ ହୁଏନା ତୁଲ ।


          


Rate this content
Log in

Similar oriya poem from Abstract