STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଦୋଳରେ ଗୋବିନ୍ଦ

ଦୋଳରେ ଗୋବିନ୍ଦ

1 min
223


ଦୋଳ ବିମାନରେ ତୁମେ ଆସ ମୋ ଗୋବିନ୍ଦ

ଚାଲି ଯାଉ ଦୁଃଖ ମହୀ କୁକର ଆନନ୍ଦ

ତୁମେ ରାଧାଙ୍କ ସାଥେ ଖେଲିଥିଲ ଅବିର

ସାଥିରେ ଥିଲେ ଗୋପୀ ଓଗୋପଳ ତୁମର

ଶ୍ୟାମ ପ୍ରୀତି ରଙ୍ଗକୁ ଦେହେ ଦିଅ ରଙ୍ଗେଇ

ମାୟା ମୋହ ଠାରୁ ତୁମେ ଯିବ ତ ଦୁରେଇ

ଶ୍ୟାମ ବିନା ଜଗତେ କିଏ ବା ଆପଣାର

ଭାବରେ ଡାକିଛି ଯିଏ ଶ୍ୟାମ ଏକା ତାର

ଦୋଳ ବିମାନେ ଶ୍ୟାମ ଥିବେ ରାଧାଙ୍କ ସାଥିରେ

କରିଦେବେ କରୁଣା ଦୁଃଖୀ ଜନଙ୍କ ଠାରେ

ହେ ମୁରଲୀଧାରୀ ମୁରଲିରେ ଚିତ୍ତ ନିଅ

ତୁମରି ଭକ୍ତଙ୍କୁ ପଦ୍ମ ପାଦେ ସ୍ଥାନ ଦିଅ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational