STORYMIRROR

Chinmayee Sahoo

Inspirational

3  

Chinmayee Sahoo

Inspirational

ଦୋଳେ ରାଧା ଗୋବିନ୍ଦ

ଦୋଳେ ରାଧା ଗୋବିନ୍ଦ

1 min
238


ଦୋଳେ ରାଧା ଗୋବିନ୍ଦ 

    ଦେଖି ମନ ଆନନ୍ଦ

ଭକ୍ତି ରେ ଭରା ହୃଦ

     ହଟେ ମନୁ ବିଷାଦ।


ଝୁଲି ଝୁଲି ଆସନ୍ତି 

     ଭକ୍ତ ଦ୍ୱାରେ ମିଳନ୍ତି

ଭକ୍ତ ହରସ ଅତି 

     ଦେଖି ଶ୍ୟାମ ମୂରତି।


ରାଧା ସାଥିରେ ହୋଲି

     ଅବିର ଝିଲିମିଲି

ଭକ୍ତ ଗଣରେ ମିଳି 

     ହୁଅନ୍ତି ବୋଳାବୋଳି।


ଘଣ୍ଟ ଶିଙ୍ଘାନାଦରେ 

    ହରିବୋଲ ଧ୍ୱନିରେ

ଭକତଙ୍କ କାନ୍ଧରେ

    ବିରାଜି ବିମାନରେ।


ସେଇ ଅପୂର୍ବ ଶୋଭା

    ଆହା କି ମନୋଲୋଭା

 ଦେଖି ସେ ଦିବ୍ୟ ପ୍ରଭା

     ଲୋଡା ଆଉ ବା କିବା।


ଜୟ ରାଧା ବଲ୍ଲଭ

     ଭକ୍ତ ପାଇଁ ଦୁର୍ଲ୍ଲଭ

ଅସୀମ ଭକ୍ତି ଭାବ

    ଦିଅ ଭକ୍ତବାନ୍ଧବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational