STORYMIRROR

Samar Ballav Bhoi

Romance Action Inspirational

3  

Samar Ballav Bhoi

Romance Action Inspirational

ଦୋଳ ଓ ହୋଲି

ଦୋଳ ଓ ହୋଲି

1 min
219


ଫଗୁଣ ଶେଷରେ ଆସେ ଦୋଳ ଯାତରା

ସଭିଏଁ କରନ୍ତି କେତେ ମଜା

ଦୋଳ ବିମାନରେ ବିଜେ ରାଧାକୃଷ୍ଣ

ବାଜୁଥାଏ କେତେ ବାଜା।।


ଭକତଙ୍କ କାନ୍ଦେ ବିଜେ ହୋଇ ପ୍ରଭୁ

ଭ୍ରମନ୍ତି ସାରା ନଗର

ଘଣ୍ଟ ଘଣ୍ଟା ଶଂଖ ମହୁରୀ ବାଜଇ 

ଦିଶନ୍ତି ଭାରି ସୁନ୍ଦର।।


ଜାତିଧର୍ମ ବର୍ଣ୍ଣ ଭୁଲି ଦ୍ୱାରେ ଦ୍ୱାରେ ବୁଲି

ଅଭିର ରଙ୍ଗରେ ଭିଜି

ଭକ୍ତ ଭଗବାନ ଏକାକାର ହୋଇ

ସମସ୍ତେ ରଙ୍ଗରେ ଯାଆନ୍ତି ସଜ୍ଜିତ।।


ବରଷକେ ଥରେ ବସନ୍ତ ଋତୁରେ 

ଧରା ଧାମେ ଆସେ ହୋଲି

ରଙ୍ଗର ସମ୍ଭାରେ ବିମୋହିତ ସର୍ବେ 

ଖେଳିଥାନ୍ତି ହୃଦୟ ଖୋଲି।।


‌ହିନ୍ଦୁ ଧରମରେ ହୋଲି ପର୍ବଟି 

ଅଟଇ ଅତ୍ୟନ୍ତ ଖୁସି

ଅଧର୍ମ ଉପରେ ଧର୍ମ ର ବିଜୟ

ଦେଖନ୍ତି ଜଗତବାସୀ।।



Rate this content
Log in

Similar oriya poem from Romance