Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debashis Pati

Classics

3  

Debashis Pati

Classics

ଦୋଳ ମେଳଣ

ଦୋଳ ମେଳଣ

1 min
199



ଘଣ୍ଟ ଘଣ୍ଟା ଶଙ୍ଖ ସଙ୍ଗତେ ମୃଦଙ୍ଗ

 ଝାଞ୍ଜ ଖୋଳ କରତାଳି

ବିମାନରେ ବସି ଶ୍ରୀ ଜଗମୋହନ

 ଆସୁଛନ୍ତି ଢଳି ଢଳି ।


ଗୋପ ଗୋପାଳଙ୍କ ଉଛୁଳେ ଆନନ୍ଦ

 ହରିବୋଲ ହୁଳହୁଳି

ରଙ୍ଗ ଅବିରରେ ଦାଣ୍ଡ ପୋତି ହୁଏ

ଅଦୃଶ୍ୟ ହୁଅଇ ଧୂଳି ।


ଖଇ ଚୁଡ଼ା ମୁଆଁ ଚଣା ଶାକରକୁ

 ନାନା ଫଳ ପୁଷ୍ପ ମାନ 

ପ୍ରତି ଦ୍ୱାରେ ଥୁଆ ଧୂପ ଦିପାବଳୀ

କୁଣିଆ ମଧୁସୂଦନ ।


ଚାରିକାନ୍ଧ ଭରେ ବିଜେ ଦ୍ୱାରେ ଦ୍ୱାରେ

 ମନୋରମ ଦୃଶ୍ୟ ଅତି

ଦୋଳମଣ୍ଡପରେ ଦେବଙ୍କ ମିଳନ

ଦରଶନେ  ମିଳେ ମୁକ୍ତି ।


Rate this content
Log in

Similar oriya poem from Classics