STORYMIRROR

SRIKANTA PRADHAN

Classics

3  

SRIKANTA PRADHAN

Classics

ଦୋଳ ଗୋବିନ୍ଦ

ଦୋଳ ଗୋବିନ୍ଦ

1 min
709

ସରସ ସମୟ ଅତି ରସମୟ ହୋଇ ମହୀରେ ଉପଗତ

ଅନଙ୍ଗ ରଙ୍ଗରେ ଅଙ୍ଗ ଉଦ୍ୟାନରେ କାମ ପୁଷ୍ପ ହୋଇ ପୁଷ୍ପିତ

ଋତୁ ନୃପତି ଆଗମ ଜାଣି ପରଭୃତ

ଆବାହନ ଜପେ ବସନ୍ତ ପାଦପେ ପଞ୍ଚମରେ ଗାଇ ସଂଗୀତ l


ମୃଦୁମୃଦୁ ବାତ ହୋଇ ମିତ୍ରବତ ମଳୟାଚଳୁ ପ୍ରବାହିତ

ବନ ନଗ୍ରଦେଶେ ଋତୁରାଜ ବଶେ ସୁମନେ ସୁମନ ସଜ୍ଜିତ

ନର ନାଗରୀ ଅବିରେ ରତ ଅବିରତ

ଶିବିରେ ବିଜୟ ଶୁଭେ ଜୟଜୟ ଶ୍ରୀରାଧା ସଙ୍ଗେ ନନ୍ଦସୁତ ।


ଗୋପ ଗୋପାଳୁଣୀ ତରୁଣ ତରୁଣୀ ଦୋଳ ଉତ୍ସବରେ ଉନ୍ମତ

ଦୋଳରେ ଗୋବିନ୍ଦ ହୋଇଣ ଆନନ୍ଦ ରଙ୍ଗ ଖେଳି ରାଧା ସହିତ

ନେତ୍ର ପବିତ୍ର l ରାଧା ଶ୍ୟାମ ଲୀଳା ବିଚିତ୍ର

ଦରଶନେ ପ୍ରାଣ ହୋଇଯାଏ ଧନ୍ୟ କୋଟିଜନ୍ମ ପାପ ଖଣ୍ଡିତ।


ନଳୀକୋଷେ ଭରି କରି ପିଚିକାରୀ ରଙ୍ଗୋତ୍ସବ ହୋଇ ମୋହିତ

ସୁମନେ ଦୁର୍ଲ୍ଲଭ ସୁମନେ ମାଧବ ମର୍ତ୍ତ୍ୟେ ରଙ୍ଗଲୀଳା ରଚିତ

ପ୍ରେମ ଆନନ୍ଦେ ଦୋଳ ଗୋବିନ୍ଦ ଦୋଳେ ରତ

ଋତୁରାଜ କରେ କୁସୁମ ସମ୍ଭାରେ କରେ କି ଗୋବିନ୍ଦେ ସ୍ୱାଗତ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics