STORYMIRROR

Nibedita Mishra

Abstract

4  

Nibedita Mishra

Abstract

ଦୋ' ଛକି

ଦୋ' ଛକି

1 min
335


ବେଳେ ଜୀବନର ଚଲାପଥେ ଆସେ 

ଏମିତି ଏକ ଦୋ ଛକି।

ଯାହା ଭୂଲିଯିବାକୁ ବାଧ୍ଯ କରେ ନ୍ଯାୟ ଅନ୍ଯାୟ

ଠିକ ଭୂଲର ସବୁ ନୀତି।

ଏହି ଦୋଛକି ର ମୋଡାଣିରେ ଥାଏ ଦୁଇଟି ବାଟ

ଯାହା ଲାଗି ଚାଲିଛି ଦୁନିଆରେ ସବୁ ନାଟ।

ଆଜି କାଲି ସମସ୍ତେ ଗୋଟିଏ ଗୋଟିଏ ଦୋଛକିରେ ଠିଆ

କିଏ ପ୍ରେମରେ,କିଏ ଜୀବନରେ ତ ଆଉ କିଏ ଭାବନାରେ

ଏଇ ଦୋ ଛକି କିନ୍ତୁ ଆସେ ଯଦିଓ ଆକସ୍ମିକ

କିନ୍ତୁ ଗଲା ବେଳେ ସବୁକିଛି ବଦଳାଇ ଚାଲିଯାଏ ଜୀବନରେ

ଦୋ ଛକି ରେ ଯଦି ନିର୍ଣୟଟା ନିଆଯାଏ ସଠିକ

ତେବେ ଜୀବନ ପାଲଟିଯାଏ ସରସ ଓ ସୁନ୍ଦର

ନଚେତ୍ ପ୍ରତି ମୂହୁର୍ତ୍ତ ତିଳ ତିଳ କରି ଜଳିବାକୁ ହୁଏ

ପ୍ରତିକ୍ଷଣ ଦୁର୍ବିସହ ଲାଗେ ବଞ୍ଚିବା ହେଇଯାଏ ନାରଖାର

ଦୋଛକିରେ ଗୋଟିଏ ରାସ୍ତା ଥାଏ ଫଲ ସମ କୋମଳ

ଯାହା ପ୍ରଥମେ ଦିଏ ସୁଖ ତା ପରେ ମହାକାଳ ଫଳ।

ହେଲେ ଅନ୍ଯଟି ହୁଏତ ପ୍ରଥମେ ପ୍ରଥମେ ଲାଗେ କଷ୍ଟ

ପରେ କିନ୍ତୁ ଜୀବନରେ ଆଣେ ସୁଖ ଓ ଖୁସି ଯଥେଷ୍ଟ

ସବୁ ଦୋଛକି ଆମ ବିବେକ ଓ ହୃଦୟର ହିଁ ପ୍ରତିଫଳନ

ହୃଦୟ ଯାହାକୁ ସଠିକ ବୋଲି ବିବେଚନା କରେ

ବିବେକ ସେଇଠି ଲାଭ କ୍ଷତି ତଉଲିବା ଆରମ୍ଭ କରେ

ତେଣୁ ବେଳେ ବିବେକ ଲାଗି ଅନାୟସ ରେ ହୃଦୟ ଟିଏ

ସେହି ଦୋ ଛକି ରେ ବଳିପଡେ।

ଆତ୍ମହତ୍ଯା କରେ ବିବେକ ବି ବେଳେ ବେଳେ ହୃଦୟ ଯେବେ ବାଟବଣା ହୁଏ ଦୋ ଛକିର ଭଉଁରିରେ

ତେଣୁ ଯେବେ କେବେ ଯଦି ଆସେ ଜୀବନରେ କୌଣସି ଦୋଛକି

ତେବେ ବିବେକ ଓ ହୃଦୟର ଦୁହିଁଙ୍କୁ କରି ଏକାଠି 

ମନ କୁ ସାଖି ରଖି ନେବାକୁ ହେବ ସଠିକ ନିଷ୍ପତି।

ତେବେ ଯାଇ ଆଗାମୀ ଜୀବନ ଲାଗି ନ ଥିବ ବିପତ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract