STORYMIRROR

linki barik

Inspirational Others

4  

linki barik

Inspirational Others

ଦୋ' ଛକି

ଦୋ' ଛକି

1 min
232

ଏପାଖେ ମୃଦୁ ମଳୟ ଡାକେ ହାତ ଠାରି

ସେପାଖେ ଜୀବନ ପରିଧି ଯାଏ ସରି ସରି,

ତୁମ୍ଭ କୋଳେ ପ୍ରଭୁ ଯାଆନ୍ତି କି ମରି!

ହୃଦ ମୋର କୁହେ ବୁକୁଫଟା କ୍ରନ୍ଦନ କରି।।


କ୍ରୁର ସମୟ ନେଇଆସେ ଏପରି ପରିସ୍ଥିତି କିଛି

ସମୟର କ୍ରୁରତା ଓ ଈଶ୍ୱର ଇଚ୍ଛାରେ ମନୁଷ୍ୟ ହୁଏ ନିରୀହ ମହୁମାଛି,

ହଁ କିଛି କାରଣରେ ଏ ଜୀବନ ଦେହ ଧରି ଅଛି

ମନର ସେ ଦୃଢ଼ କାରଣରେ ଏ ସ୍ପନ୍ଦନ ଧଡକୁଛି।।


ଏ କି ବିଷମ ପରିସ୍ଥତିରେ ଆଜି ମୋର ଅବସ୍ଥିତି

ଜୀବନ ଆଣି ଦେଲା ଭେଟି ଏ ଦାରୁଣ ସ୍ଥିତି,

ଦୁଇଟି ମୋଡରେ ବନ୍ଧା ଆଜି ଜୀବନର ଗତି

ଏକେ କର୍ତ୍ତବ୍ୟ ପରିଧି , ଦୁଯେ ହୃଦୟ ଅତିଥି।।


କାହାକୁ ବାଛିବି ପାରେନା ଜାଣି

ଏ ଅଥୟ ସାଗର ମଝିରେ ମୁଁ ପାଏନା ଥଳକୂଳ,

ଦୋ' ଛକିରେ ଆଜି ଜୀବନ

ଦୈତ ପରିସ୍ଥିତିରେ ମନ ଉପବନ।।


ଏପାଖେ ସଂଧ୍ୟା ସେପାଖେ ସକାଳ

ଏପାଖେ ବସନ୍ତ ସେପାଖେ ବୈଶାଖ,

ବିବେକର ତାଚ୍ଛଲ୍ୟ ଅଟ୍ଟହାସ୍ୟ

ପୁଣି ହୃଦୟର ନୀରବ ବିଦ୍ରୋହ।।


ମନର ଶୀତଳ ଯୁଦ୍ଧରେ ଅବଶ ମୋ ଶରୀର

ପାରେନା ନିର୍ଣ୍ଣୟ କରି ମୁଁ କିଏ ଆପଣାର କିଏ ପର,

ରଙ୍ଗହୀନ ଆଜି ହୃଦୟର ଏ ଗୋଲାପି ସହର

ଜୀବନ ହାଟରେ ଆଜି ଏ କେଉଁ ପରିସ୍ଥିତି ମୋର!!


ଏପାଖେ ମୃଦୁ ମଳୟ ଡାକେ ହାତ ଠାରି

ସେପାଖେ ଜୀବନ ପରିଧି ଯାଏ ସରି ସରି,

ତୁମ୍ଭ କୋଳେ ପ୍ରଭୁ ଯାଆନ୍ତି କି ମରି!

ହୃଦ ମୋର କୁହେ ବୁକୁଫଟା କ୍ରନ୍ଦନ କରି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational