Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ଦୋ ଛକି

ଦୋ ଛକି

1 min
232


      

      କେତେ ଆଶା କେତେ ଆକାଙ୍କ୍ଷା ସହ     

  ପହଞ୍ଚିଛି ମୁଁ ମୋ ଜୀବନର ଦୋ ଛକିରେ

        ଜୀବନର ଚଲାପଥ କେତେ କଣ୍ଟକିତ

        କେଉଁ ରାସ୍ତା ଦେଇ ଗତି ମୁଁ କରିବି

      ବେଳେ ବେଳେ ବୁଝି ମୁଁ ନ ପାରେ

       ଆଲୋକ ଓ ଅନ୍ଧକାର ମଧ୍ୟେ

       ମୋ ଜୀବନ ଗତି କରେ ।


      କେତେ ହସ କେତେ ଲୁହ ମଧ୍ୟେ

         ଜୀବନ ମୋ ପଡିଛି ଥକି

      କେତେ ଆଶା ନିରାଶାରେ

        ପ୍ରେମ ଓ ପ୍ରଣୟ ସହ

     ପ୍ରତାରଣା ରେ ପୁଣି କେବେ

       ଯାଇଛି ମୁଁ ଠକି

    ଜୀବନର ରାସ୍ତା ସତେ ମୋତେ

      ଲାଗେ ଅବା ଦୋ ଛକି ।

    

     କାହାକୁ କରିବ ବିଶ୍ଵାସ

      ନିଃଶ୍ବାସ କୁ ତ ନାହିଁ ଏଠି ବିଶ୍ବାସ

     ଆଜି ଯେ ଅନ୍ତରର ଅନ୍ତରଙ୍ଗ

     କାଲି ଦିଏ ଛତ୍ରଭଙ୍ଗ

     ଜୀବନର କେତେ ରଙ୍ଗ

       ସବୁ ମୁଁ ଦେଖିଲି ଏ ଜୀବନେ

        କେତେ ରଙ୍ଗ ଢ଼ଙ୍ଗ

     ସମସ୍ତେ ମିଛ ଅଭିନୟେ

        ସମସ୍ତଙ୍କୁ ଦେଉଛନ୍ତି ଠକି

     ଦୁଃଖ ଆଉ ସୁଖ ମଧ୍ୟେ

        ଅନୁଭବ କରୁଛି ମୁଁ

      ଜୀବନର ସବୁ ରାସ୍ତା ଅଟେ ଦୋ ଛକି ।


      ସାଙ୍ଗ ସାଥୀ ଆତ୍ମୀୟ ସ୍ଵଜନ

        ସବୁ ଖାଲି ଏଠି ଅଟେ ଦିବା ସ୍ଵପ୍ନ

      ମାନ ସମ୍ମାନ ଆତ୍ମୀୟତା ଓ ଆତ୍ମାଭିମାନ

       ସବୁ ଏଠି ପାଣିର ଗାର ସବୁ ମୂଲ୍ୟହୀନ

      ପ୍ରିୟାର ହସ ପ୍ରିୟା ସହ ବାସ

        ସବୁ ଖାଲି ଏକ ଏକ ଜୀବନର

         ମଥ୍ୟା ଅଭିନୟ ମିଥ୍ୟା ଦୃଶ୍ୟ

       ଜୀବନର ରାସ୍ତା ବଡ ଜଟିଳ

        କେବେ କଣ୍ଟକିତ ପୁଣି

           କେବେ ଯେ ପଙ୍କିଳ

         ସବୁ ରାସ୍ତା ଏଠି ଲାଗେ

        ମୋତେ ଦୋ ଛକି

         ପ୍ରେମ ପ୍ରଣୟ କମ୍ ଏଠି

        ପ୍ରତାରଣା ପାଇ ପ୍ରତି ମୁହୂର୍ତ୍ତେ

          ମଣିଷ ଯାଏ ଏଠି ଠକି

      କିଏ ଯେ କାହା ପାଇଁ ଏଠି ସାକ୍ଷୀ

        ଜୀବନର ସବୁ ରାସ୍ତା ଏଠି ଦୋ ଛକି ।


Rate this content
Log in

Similar oriya poem from Abstract