STORYMIRROR

ମିତା ପଟନାୟକ

Abstract

2  

ମିତା ପଟନାୟକ

Abstract

ଦୋ 'ଛକି ରେ ଜୀବନ

ଦୋ 'ଛକି ରେ ଜୀବନ

1 min
142

କେହି ଜଣେ ଅହରହ କହୁଥାଏ

ଜୀବନଟା ଜମା ସହଜ ବେପାର ନୁହେଁ

ପୁଂକି ପୁଂକି ବାଟ ଚାଲିବାକୁ ହୁଏ

ଖୁବ ସନ୍ତର୍ପଣ ରେ ପାଦ ଥାପି ଆଗକୁ

ବଢିବାକୁ ଚେଷ୍ଟା କରୁଥାଏ ଅସହାୟ ମଣିଷ

ହେଲେ ଘୁରି ଘାରି ଜୀବନ ପହଞ୍ଚି ଯାଏ ଦୋ 'ଛକି ରେ


ଭଲ ଆଉ ଭେଲ ର ହିସାବ କରୁ କରୁ

ସରିଯାଏ ଜୀବନର ଅର୍ଧେକ

ତଥାପି ମୋହ ତୁଟେନା ବରଂ ଜାବୁଡ଼ି ଧରେ

ଖୁବ ମୋହଗ୍ରସ୍ଥ ହେଇ


ଅସ୍ତବ୍ୟସ୍ତ ହେଇ ବିଛେଇ ପଡିଥିବା ଯାବତୀୟ

ଦାଇତ୍ୱ ଆଉ କର୍ତ୍ତବ୍ୟ କୁ ସମାପନ କରୁ କରୁ

ସମୟ ସରିବାର ସୂଚନା ଆସିଯାଏ

କିଛି ନକରି ପରିବାର ଅଭାବବୋଧ

ଗ୍ରାସି ଯାଏ ସମଗ୍ର ସତ୍ତା ମୋର


ବଡ଼ ଅଦ୍ଭୁତ ଚିଜ ଏ ଜୀବନ ସତେ

ସେ କାଳେ ଅଡୁଆ ମନ୍ତ୍ର ଦୀକ୍ଷିତ

ଗୋଟିଏ ସମସ୍ୟା କୁ ସମାଧାନ ଖୋଜୁ ଖୋଜୁ.

ଆଉ ଏକ ସମସ୍ୟା ଦୁଆର ବଡ଼ାଏ

ସବୁ କେମିତି ଗୁଡେଇ ତୁଡେଇ

ଚେକା ମାରି ବସିଥାନ୍ତି ସତେ ଅବା

କେଳା ପେଟେରା ର ସାପ ପରି

ଠିକ ସେତିକିବେଳେ କେହି ଜଣେ

କାନ ପାଖେ କହୁଥାଏ ଜୀବନ ପରା ଦୋ 'ଛକି ରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract