STORYMIRROR

Puspanjali Panda

Abstract

3  

Puspanjali Panda

Abstract

ଦନାର ମାଝି

ଦନାର ମାଝି

1 min
271

ପେପର ସାରା ଦନାର ର ନା

ଟିଭି କହୁଛି ତା ତିର୍ଲା ମଲା,

ସାଇକେଲରେ ଶବ ବୋହିଲା ।

ଏତେବାଟ ଯାଏ ଗଡେଇ ଗଡେଇ

ସାଇକେଲ ଟାରେ କେମିତିିନେଲା..!

ଦନାର ମାଝୀ ଫେମସ ହେଲା।

ସର୍କାର ଡ଼ରି, ଛାଡିଲେ ରଡି

ରାସ୍ତାରେ ଶବ ପୁତୁଳା କରି

ଡାକ୍ତରଖାନାରେ ଘୋଟାଲା ଦେଖି

ଦନାରର ତିର୍ଲା ବୁଜିଲା ଆଖି।

ବାପ ଝିିିଅଙ୍କ ଦୁଃଖରେ ଆହା

ଚାନେଲ୍ ବାଲା ମାତିଲେେ ଯାହା

ଏବେବି ଦନାର ମୂଲକୁ ଯାଏ

ଓଳିଏ ଉପାସ ଓଳିଏ ଖାଏ

ଦୁଃଖିର ଦୁଃଖ ଦେଖିବା ପାଇଁ

ଦୁନିଆ ଭିିତରେ କେହି ତ ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract