ଦକ୍ଷିଣ ଭାରତ ଗସ୍ତ ଶେଷେ
ଦକ୍ଷିଣ ଭାରତ ଗସ୍ତ ଶେଷେ
ଦକ୍ଷିଣ ଭାରତ ଗସ୍ତ ଶେଷ କରି l
ଉତ୍କଳକୁ ଆଜି ଯାଉଅଛି ଫେରି l
ଦେଖିଲୁ ଅନେକ ମନୋରମ ସ୍ଥାନ l
ତିରୁପତି କନ୍ୟା କୁମାରୀ ଯେସନ l
ଟିପୁ ସୁଲତାନ ଫାଶି ଦିଆ ସ୍ଥାନ l
ଶିରି ଅସ୍ତ ହେଲା ଶ୍ରୀରଙ୍ଗପତ୍ତନ l
ଅତି ମନୋରମ ମୈଶୁର ପ୍ରାସାଦ l
ଚାମୁଣ୍ଡେଶ୍ଵରୀଙ୍କ ଲଭିଲୁ ପ୍ରସାଦ l
ତ୍ରିଭେନ୍ଦ୍ରମ ଠାରେ ପଦ୍ମନାଭସ୍ବାମୀ l
କୋଡ଼ାଈ କାନାଲ ଯାଇଥିଲୁ ଭ୍ରମି l
ମଦୁରାଇ ଠାରେ ମିନାକ୍ଷୀ ମନ୍ଦିର l
ଦେଖିଲୁ ମିନାକ୍ଷୀ ଶିବ ବାହାଘର l
କାଞ୍ଚିପୁର ଠାରେ ଶିବ ବିଷ୍ଣୁକାଞ୍ଚି l
ବିଶାଳ ମନ୍ଦିର କଳ୍ପନା ବିରଞ୍ଚି l
ସେତୁବନ୍ଧଠାରେ ପ୍ରଭୁ ରାମେଶ୍ୱର l
ଥାପନା କରିଲେ ଶ୍ରୀରାମ ଚନ୍ଦର l
କାଲାମ ଭାଇଙ୍କ ପୁଣ୍ୟ ସ୍ମୃତି ପୀଠ l
ଆମ ବୈଜ୍ଞାନିକ ରାଷ୍ଟ୍ରପତି ଖ୍ୟାତ l
ବିଶ୍ୱେଶରାୟା କୃଷ୍ଣ ରାଜ ସାଗର l
p>
ବୃନ୍ଦାବନ ବନ ପାଶେ ରାଜେ ତାର l
ଶେଷରେ ଦେଖିଲୁ ମଲ୍ଲିକା ଅର୍ଜୁନ l
ଶ୍ରୀଶୈଳ ଶିଖରେ ଯାହାଙ୍କ ଆସ୍ଥାନ l
କିନ୍ତୁ ରହି ଗଲା ଏକ ଅବଶୋଷ l
ଦର୍ଶନ ନୋହିଲା ପ୍ରଭୁ ଭେଙ୍କଟେଶ l
ସବୁ ସ୍ଥାନେ ଦେଵାଦେଵୀଙ୍କୁ ଦୟିନୀ l
ଦୟା ରଖିଥିବେ ମୋ ଭାଈଭଉଣୀ l
ବିଦ୍ୟୁତ ଶକଟ ନେଉ ଅଛି ଟାଣି l
ଭୁବନେଶ୍ୱରରେ ଡାକୁଛି ନାତୁଣୀ l
ଏବେ ପହଞ୍ଚିଛି ରାଜ ମେହେନ୍ଦିରୀ l
ପାଶେ ବହେ ଯାର ପୁଣ୍ୟ ଗୋଦାବରୀ l
ଏହା ଥିଲା ଦିନେ ଉତ୍କଳ ସାମ୍ରାଜ୍ୟ l
ରାୟ ରାମାନନ୍ଦ କରୁଥିଲେ କାର୍ଯ୍ୟ l
ଭେଟିଥିଲେ ଆସି ପ୍ରଭୁ ଶ୍ରୀଚୈତନ୍ୟ l
ଉତ୍କଳ ମାଟିକୁ କରି ଗଲେ ଧନ୍ୟ l
ଗାଡ଼ି ଚାଲି ଅଛି ତୀବ୍ର ଗତି ଧରି l
ଲକ୍ଷ୍ୟ ତା ସନ୍ଧ୍ୟାକୁ ଏକାମ୍ର ନଗରୀ l