Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chttaranjan Parida

Inspirational

4.0  

Chttaranjan Parida

Inspirational

ଦ୍ଵିତୀୟ ଈଶ୍ୱର

ଦ୍ଵିତୀୟ ଈଶ୍ୱର

1 min
11.9K


ଈଶ୍ବରଙ୍କ ପ୍ରତୀକ ଅଟଇ

          ସାଜି ତାଙ୍କ ହତିଆର,

ମାନବ ପାଇଁ ଅଟେ ମାଧବ

           ସେ ପରା ଆମ ଡାକ୍ତର ।

ନିଜ ପରିବାର ଭୁଲିଯାଇ

ଏକ କରି ରାତିଦିନ,

ନିଜ ଜୀବନ ବାଜି ଲଗାଇ

ପରକରି ପ୍ରିୟଜନ।

ରୋଗୀ ମନରେ ସାହସ ଦିଏ 

ତା'ର ମୁହଁରେ ହସ ଫୁଟାଏ ।


ମଧୁର କଥାରେ ରୋଗୀର ମନରୁ

           ଦୁଶ୍ଚିନ୍ତା ଦୂର କରଇ ,

କିଛି ହେବ ନାହିଁ ଭଲ ହୋଇଯିବ

           ରୋଗୀ ମନେ ଦମ୍ଭଦେଇ।

ସେ'ତ ପ୍ରେମର ବୈତରଣୀ

ସ୍ନେହର ଗନ୍ତାଘର,

ସେ'ତ ଧର୍ଯ୍ୟର ହିମାଳୟ

ସେବାର ଯାଦୁଗର ।


ଛୁଆଁ ଅଛୁଆଁ ମାନେ ସେ ନାହିଁ

         ବୁଝେନି ଗରିବ ଧନୀ,

କଳାଗୋରା ଭେଦ ତାହାଠାରେ ନାହିଁ

         ପର ଆପଣା ବୁଝେନି ।

ସେ କରୁଥାଏ ସଦା ସେବା

ନିଜକଥା ଭୁଲିଯାଇ,

ଖୁସିରେ ସମୟ ବିତାଏ

ରୋଗୀ ସାଥେ ମିଶିଯାଇ ।


କରୋନା ପରିକା ମହାମାରୀ ହେଉ

          ହେଉ ହଇଜା ବସନ୍ତ,

ଦୁର୍ଘଟଣା ହେଉ ଦୂରାରୋଗ୍ୟ ରୋଗ

          ହେଉ ପ୍ରକାର ଯେମନ୍ତ ।

ସେ'ତ ଆହ୍ଵାନକୁ ସାମ୍ନାକରେ

ଭୟ ନଥାଏ ତାହାର,

ରୋଗୀ ଜୀବନ ଫେରାଇ ଆଣି

ସାଜେ ଦ୍ଵିତୀୟ ଈଶ୍ୱର ।

   


Rate this content
Log in

Similar oriya poem from Inspirational