STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଦ୍ଵିତୀୟ ଚେହେରା

ଦ୍ଵିତୀୟ ଚେହେରା

1 min
268

ରାଣ ଦେଇ

କଥା ଦେଇ ନିରୀହ ମନକୁ କିଣିନିଅ

ନିଳିଆ ଓଠରେ ମୁରୁକି ହସି

ମିଠା ଛୁଆଁରେ

ଛାତିରେ ଭରିଦିଅ ବସନ୍ତର କିମିଆଁ ମହକ

ଆଖିରେ ଆଖି ମିଶାଇ

ଦେଖାଅ ସରଗୀ ରାଇଜର ସପନ


ପୁଣି

ପ୍ରତିଶୃତି ଦେଇ

ଚୂନା କର ସତରଙ୍ଗୀ ସାତସପନ

ଭାଙ୍ଗି ଦିଅ

ଆଶାବାଦୀ ମନ

ପାଷାଣ କରି ଦେହ

ଛାଡ଼ି ଚାଲିଯାଅ

ଭୁଲିଯାଇ ସବୁ ପଛକଥା

ଆଉ

ପୁରୁଣା ଦିନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract