ଦ୍ଵିତୀୟ ଚେହେରା
ଦ୍ଵିତୀୟ ଚେହେରା
ରାଣ ଦେଇ
କଥା ଦେଇ ନିରୀହ ମନକୁ କିଣିନିଅ
ନିଳିଆ ଓଠରେ ମୁରୁକି ହସି
ମିଠା ଛୁଆଁରେ
ଛାତିରେ ଭରିଦିଅ ବସନ୍ତର କିମିଆଁ ମହକ
ଆଖିରେ ଆଖି ମିଶାଇ
ଦେଖାଅ ସରଗୀ ରାଇଜର ସପନ
ପୁଣି
ପ୍ରତିଶୃତି ଦେଇ
ଚୂନା କର ସତରଙ୍ଗୀ ସାତସପନ
ଭାଙ୍ଗି ଦିଅ
ଆଶାବାଦୀ ମନ
ପାଷାଣ କରି ଦେହ
ଛାଡ଼ି ଚାଲିଯାଅ
ଭୁଲିଯାଇ ସବୁ ପଛକଥା
ଆଉ
ପୁରୁଣା ଦିନ
