STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଦିନ ସିନା ସରିଯାଏ

ଦିନ ସିନା ସରିଯାଏ

1 min
181

ଦିନ ସିନା ସରିଯାଏ

ମରେ ନାହିଁ ସ୍ମୃତି

ଅଭୁଲା ଅତୀତ କେବେ

ହୁଏ ନାହିଁ ଇତି


କେତେ କଥା କେତେ ବ୍ୟଥା

ରଖିଛି ସାଇତି

ପିଲାବେଳ ଆମ୍ବଚୋରି

ଭୁଲିବି କେମିତି


ମାଆ ଦେଉଥିଲା କେତେ

ଆରିସା, କାକରା

ମନେ ପଡ଼େ ପୁଣି ଆଜି

ଧଉଳି ଯାତରା


ମହାନଦୀ ମାଛଧରା

ସପନ ହୋଇଲା

ଜୀବନ ଟା ସରଗରୁ

ନରକ ହୋଇଲା


ମନେପଡ଼େ ଖରାଛୁଟି

ପୁଣି ବେଳ ପଣା

ସହରିଆ ବାବୁ ହୋଇ

ହେଲି ବାଟବଣା


ମନ ହୁଏ ଫେରନ୍ତା କି

ପୁରୁଣା ସେ ଦିନ

ମନ ଭରି ଆଉଥରେ

ଜିଅନ୍ତି ଜୀବନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract