STORYMIRROR

Ajit Kumar Raut

Abstract Inspirational

4  

Ajit Kumar Raut

Abstract Inspirational

ଦୀପଟିଏ ମୋତେ କରି ଦିଅ ପ୍ରଭୁ

ଦୀପଟିଏ ମୋତେ କରି ଦିଅ ପ୍ରଭୁ

1 min
338


ଆହେ ଜଗନ୍ନାଥ    ଜଗତର ନାଥ

    ଶୁଣ ଗୁହାରି ମୋହର

ମୋତେ ଦୀପଟିଏ   କରି ଦିଅ ପ୍ରଭୁ

     ଜଳୁ ଥିବି ନିରନ୍ତର।


ପାଦତଳେ ତୁମ     ଥିବି ଅହରହ

     ଦୀପ ହୋଇ ଜଳୁଥିବି,

ତବନୀଳା ପ୍ରଭୁ   ଦେଖୁ ଥିବି ନେତ୍ରେ

     ଶ୍ରୀମନ୍ଦିରେ ରହିଥିବି।


ମନବାଞ୍ଛା ପୂର୍ଣ୍ଣ     କର ଜଗନ୍ନାଥ

     ଦୀପ ମୋତେ କରିଦିଅ,

ଦୀପ ହୋଇ ମୁହିଁ    ଜଳୁଥିବି ତହିଁ

      ଚରଣରେ ସ୍ଥାନ ଦିଅ।


ବଡ଼ଦେଉଳରେ     ରହି ଥିବି ମୁହିଁ

     ନାମ ତୁମ ଶୁଣୁ ଥିବି,

ସାର୍ଥକ ଟି ହେବ    ମନୁଷ୍ୟ ଜୀବନ

     ଦୀପ ହୋଇ ଜଳୁଥିବି।


ଦୀପ ହୋଇ ମୁହିଁ    ଜଳୁ ଥିବି ତହିଁ

     ଅଛି ଯେତେ ଦିନ ପ୍ରାଣ,

ଲିଭି ଗଲେ ତହିଁ    ପାଇବି ଶ୍ରୀପଦ

     ହେବଟି ସାର୍ଥକ ପ୍ରାଣ।


ମନୁଷ୍ୟ ଜୀବନୁ     ହୋଇବି ମୂକତ

    ଦେବ ବୈକୁଣ୍ଠରେ ସ୍ଥାନ,

ଆହେ ଜଗନ୍ନାଥ    ଆଶିର୍ବାଦ କର

    କରି ଦିଅ ଦୀପ ପୁନଃ।


ଦେବି ମୁଁ ପ୍ରକାଶ    ତବ ଶକ୍ତି ବଳୁ  

    ପ୍ରକାଶିତ କରୁଥିବି,

ଥିବ ଯେତେ ଦିନ   ପ୍ରକାଶ ଦୀପରେ

     ତହିଁ ନିତ୍ୟେ ଜଳୁଥିବି।


ଲିଭି ଗଲେ ମୁହିଁ    ମୂକତ ହୋଇବି

     ମନବାଞ୍ଛା ପୂର୍ଣ୍ଣ ହେବ,

କରିଦିଅ ପ୍ରଭୁ    ଦୀପଟିଏ ମୋତେ

    ନାମନିତ୍ୟେ ଗାଉଥିବ।


ଅନାଦି ଅନନ୍ତ     ବଡ଼ ଠାକୁରହେ

    ପ୍ରାର୍ଥନା ଶୁଣ ମୋହର,

ତୁହି ନ ଶୁଣିଲେ   ଆଉ କେ ଶୁଣିବ

    ଆହେ ପ୍ରଭୁ ନିରାକାର।


ଦୀପ ହୋଇ ମୁହିଁ  ଦେଉଳରେ ଥିବି

    ଜୀବନ ପବିତ୍ର ହେବ,

ଅଜ୍ଞାନୀ ଭକ୍ତର    ପ୍ରାର୍ଥନା ରଖିବ

    ଦୀପଟିଏ କରି ଦେବ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract