STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଦୀପଟିଏ ଆସ ଜାଳିବା

ଦୀପଟିଏ ଆସ ଜାଳିବା

1 min
326

ହୃଦୟର ଦୀପେ 

ସେହ୍ନ ଶ୍ରଦ୍ଧା ସମ୍ମାନ ତୈଳେ

ମଣିଷ ପଣିଆଁ ସଳିତା ଦେଇ

ଶୁଭେଚ୍ଛା କାଠିଟେ ତହିଁରେ ଥୋଇ

ପଠାଉଛି ବନ୍ଧୁ ସଭିଙ୍କ ପାଇଁ;

ଈର୍ଷା, ଅସୁୟା ସବୁରି ପରାଣୁ 

ଦେଉ ନିଭେଇ

ହର୍ଷ, ଆନନ୍ଦ, ଖୁସି ଅଲୋକେ

ସବୁରି ଜୀବନୁ ଅନ୍ଧାର ଯାଉ ଦୂରେଇ

ବାଣ୍ଟିବା ଆସ

ମହା ଚେତନାର

ମହତ ପ୍ରାଣର

ମହନୀୟ ଜଗତରେ

ସୃଜନ ବୀଣାର

ମହ୍ଲାର ହୋଇ

ପ୍ରେମର ସାମ ସଙ୍ଗୀତ ଗାଇ

ଶାନ୍ତିର ଚଢେଇ ଡେଣାଟେ ହୋଇ।


ଦୀପାବଳୀ

ସବୁରି ହୃଦୟେ

ଆଲୋକ ଆନନ୍ଦ ଦେଉ ବିଛେଇ

ସଂକୀର୍ଣ୍ଣତା

ଭ୍ରଷ୍ଟାଚାର

ଦୁଷ୍କର୍ମ

ଦୁର୍ନୀତି

କଙ୍କଡା ନୀତି

ସମାଜରୁ ଲୋପ କରିବା ପାଇଁ

ଦୀପଟିଏ ଆସ ଜାଳିବା

ଶପଥ କରିବା

ସ୍ୱପ୍ନ ଦେଖିବା,

ଦେଖେଇବା

ବଞ୍ଚିବା

ବଞ୍ଚେଇବାକୁ ଦେବା

ସବୁ ଅନ୍ଧକାରକୁ ଦୁରେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational