ଦୀପଟିଏ ଆସ ଜାଳିବା
ଦୀପଟିଏ ଆସ ଜାଳିବା
ହୃଦୟର ଦୀପେ
ସେହ୍ନ ଶ୍ରଦ୍ଧା ସମ୍ମାନ ତୈଳେ
ମଣିଷ ପଣିଆଁ ସଳିତା ଦେଇ
ଶୁଭେଚ୍ଛା କାଠିଟେ ତହିଁରେ ଥୋଇ
ପଠାଉଛି ବନ୍ଧୁ ସଭିଙ୍କ ପାଇଁ;
ଈର୍ଷା, ଅସୁୟା ସବୁରି ପରାଣୁ
ଦେଉ ନିଭେଇ
ହର୍ଷ, ଆନନ୍ଦ, ଖୁସି ଅଲୋକେ
ସବୁରି ଜୀବନୁ ଅନ୍ଧାର ଯାଉ ଦୂରେଇ
ବାଣ୍ଟିବା ଆସ
ମହା ଚେତନାର
ମହତ ପ୍ରାଣର
ମହନୀୟ ଜଗତରେ
ସୃଜନ ବୀଣାର
ମହ୍ଲାର ହୋଇ
ପ୍ରେମର ସାମ ସଙ୍ଗୀତ ଗାଇ
ଶାନ୍ତିର ଚଢେଇ ଡେଣାଟେ ହୋଇ।
ଦୀପାବଳୀ
ସବୁରି ହୃଦୟେ
ଆଲୋକ ଆନନ୍ଦ ଦେଉ ବିଛେଇ
ସଂକୀର୍ଣ୍ଣତା
ଭ୍ରଷ୍ଟାଚାର
ଦୁଷ୍କର୍ମ
ଦୁର୍ନୀତି
କଙ୍କଡା ନୀତି
ସମାଜରୁ ଲୋପ କରିବା ପାଇଁ
ଦୀପଟିଏ ଆସ ଜାଳିବା
ଶପଥ କରିବା
ସ୍ୱପ୍ନ ଦେଖିବା,
ଦେଖେଇବା
ବଞ୍ଚିବା
ବଞ୍ଚେଇବାକୁ ଦେବା
ସବୁ ଅନ୍ଧକାରକୁ ଦୁରେଇ।
