ଦୀପଶିଖା
ଦୀପଶିଖା
ମୁଁ ତ କ୍ଷଣ ଦୀପ୍ତ ଦୀପଶିଖା ଟିଏ
ମିଂଜିମିଂଜି ହୋଇ ଜଳୁଛି।
ଆଲୋକିତ କରିବାର ଉଦ୍ଦେଶ୍ୟ ରଖି
ଅନ୍ଧକାର ସହ ଲଢୁଛି।
ନିଜର ସୁଖକୁ ଜାଳିଦିଏ ଆଜି
ପର ର ଖୁସି କୁ ଚାହେଁ।
ହାରିଯିବି ନାହିଁ, ନିର୍ଭୟେ ଲଢିବି
ଯେତେ ଝଡ଼ ଆସୁ ଏଇ ଜୀବନେ।
କ୍ଷୁଦ୍ର ଏଇ ମୋ ଜୀବନ ,
ଜଳୁଥିବି ଅନ୍ୟପାଇଁ
ଜାଳିଦେବି ଆଲୋକର ରଶ୍ମି,
ନିଜେ ଅନ୍ଧାର ଭିତରେ ଜୀଇଁ।
ପର ପାଇଁ ଗଢ଼ା ଏଇ ମୋ ଜୀବନ
ପର ପାଇଁ ଜୀବି ଲିଭି
ବଂଚି ଥିବା ଯାଏ ଆଲୋକର ରଶ୍ମି
ସମସ୍ତଙ୍କୁ ବାଣ୍ଟିଦେବି।
ତିଳ ତିଳ ହୋଇ ନିଜକୁ ଜାଳିବି
ଶାନ୍ତିର ବାର୍ତ୍ତା ମୁଁ ପ୍ରଦାନ କରିବି
ଘୋର ଅନ୍ଧକାରେ କରିବିନି ଭୟ
ଗର୍ବରେ ଜଳିବି,କରିବି ମୋ ଦାହ।
ମନରେ ନଥିବ ମୃତ୍ୟୁ ଅବଶୋଷ
ନା ବଂଚିବାର କ୍ଷୁଦ୍ର ଆଶା
ସବୁ ସରିଯିବ ଶେଷରେ ରହିବ
ମାଟି ପାତ୍ର ଆଉ ଅର୍ଦ୍ଧଦଗ୍ଧ ସଳିତା।