Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Classics Inspirational Others

3  

Bidyadhar Mantry

Classics Inspirational Others

"ଦୀପାଳି"ର ଆଲୋକରେ

"ଦୀପାଳି"ର ଆଲୋକରେ

1 min
202



ଝିଲିମିଲି ଦୀପ ରେ ସଜ୍ଜିତ ପର୍ବ

ଭାରତୀୟ ସଂସ୍କୃତିର ଗର୍ବ ଗୌରବ

ହର୍ଷ ଉଲ୍ଲାସ ନବ ପ୍ରକାଶେ ମନ

ଦୀପ ଜ୍ୟୋତି ଆକାଶକୁ ଆଲିଙ୍ଗନ

ଆଲୋକ ଚାଦର ଘୋଡ଼ି ହୋଇ ଧରା

ପ୍ରତିକ୍ଷଣ କିଛି କରୁଛି ଇଶାରା

ନୂଆ ଆଶା ନୂଆ ଭାବନା ପ୍ରେରଣା

ନୂଆ ଉଦ୍ୟମର ପ୍ରାରମ୍ଭ ସୂଚନା

ସଭିଙ୍କୁ ଏକ ଡୋରୀରେ ବାନ୍ଧି ନେଇ

ଭାଇଚାରା ପର୍ବ "ଦୀପାବଳୀ" ଏହି

ଉତ୍ସାହ ସହିତ ହେବା ଅଗ୍ରସର

ଆସ ନୂତନ ପଥ ବାଛିବା ସତ୍ତ୍ଵର ।


ମନରେ ଛଳ ଦମ୍ଭ ମିଥ୍ୟା ଅନ୍ଧାର

ଚାରିଆଡେ ବ୍ୟାପି ଅଛି ଭ୍ରଷ୍ଟାଚାର

ଦୁର୍ନୀତିରେ ଏ  ସମାଜ କଳୁଷିତ 

ଶତ୍ରୁତା ମନୋଭାବ ହୃଦେ ଜଡ଼ିତ

ଘର ବାହାର ଆଲୋକରେ ସଜ୍ଜିତ

"ଦୀପାବଳୀ"ହେଉ ଉତ୍ସାହ ସହିତ

ଏ ମହାନ ଉତ୍ସବ ହେଉ ପାଳନ

ଅଜ୍ଞତା ଅନ୍ଧକାର ହେଉ ବର୍ଜ୍ଜନ

କେମିତି ଘୁଞ୍ଚିବ ମନ ଅନ୍ଧକାର

ମନରେ ପ୍ରଶ୍ନ ଉଠୁଛି ବାରମ୍ବାର ।


ହାୟ,"ଦୀପାବଳୀ" ପୁଣି ଆସିଅଛି

ମହଙ୍ଗା ଦରବୃଦ୍ଧି ବ୍ୟାପି ରହିଛି

ବଜାରରେ ଶୁନ୍ୟତାର ପ୍ରତିଧ୍ଵନି

କିପରି ପର୍ବ ହେବ,ବୁଝି ହେଉନି

"ଦୀପାଳି"ପାଇଁ ସଫା ଘର ଭିତର

ଅଳିଆରେ ଭର୍ତ୍ତି ବଜାର ସହର

କି ପ୍ରକାର ପରିଷ୍କାର ପରିଚ୍ଛନ୍ନ

ଭାବନାରେ ପ୍ରଦୂଷଣ ପରିପୂର୍ଣ୍ଣ ।


ମା କାଳୀଙ୍କ ଆରାଧନା ଦୀପାଳି ରେ

ମନର ଅନ୍ଧାର ଘୁଞ୍ଚୁ ଆଲୋକରେ

ପରିବେଶ ନଷ୍ଟ ନ ହେଉ ବାଣରେ

ପିତୃଗଣ ଯାତ୍ରା ହେଉ ଆଲୋକରେ

ନୂଆ ସୃଷ୍ଟି ହେଉ ଏ ଶୁଭ ବେଳରେ

ହର୍ଷ ଉଲ୍ଲାସର ପର୍ବ "ଦୀପାଳି" ରେ ।



Rate this content
Log in

Similar oriya poem from Classics