STORYMIRROR

jyotsna mayee panda

Classics

3  

jyotsna mayee panda

Classics

ଦୀପାବଳୀ

ଦୀପାବଳୀ

1 min
265

ମାଳ ମାଳ ହୋଇ ଦୀପ ର ଜ୍ୟୋତି ରେ..

ଆଜି ସେ ଅଯୋଧ୍ୟା ଭାସିତ ହୁଏ..

ଦିଗନ୍ତ ବିସ୍ତାରି ଅମା ଅନ୍ଧକାରେ....

ଝଟକୁଛି ଆଜି ଆଲୋକ ମାଳାରେ..

ଆସିବେ ବୋଲି ସେ ଶ୍ରୀରାମ ଶ୍ରୀପତି..

ସାଙ୍ଗରେ ଲଷ୍ମଣ ସେ ସୀତାୟl ସତୀ ll

ଭାତୃ ପ୍ରେମ ର ସେ ସ୍ନେହ ଅବିରତ...

ଉର୍ମିଳା ଜାଳିଲେ ପ୍ରେମ ର ପ୍ରଦୀପ...

ବନ୍ଦାପନା ଥାଳି ସଜାଡି ରଖିଲେ...

ଆଗୁରୁ, ଚନ୍ଦନ, ଅକ୍ଷତ ବlଢିଲେ....

ସୁବର୍ଣ୍ଣ ଥାଳି ରେ ଦୀପ ସଜାଡିଲେ..

ସ୍ୱାମୀ ଆଗମନ ପଥ କୁ ଚାହିଁଲେ ll

ଲହଂକl ଧାନ ଯେ କ୍ଷେତ ରେ ନlଚଇ..

କୁଂଜଳତl ଫୁଲେ ଧରଣୀ ହସଇ...

ସରସୀ ଜଳ ରେ କଇଁ ଯେ ସୋଭଇ..

ଶ୍ରୀରାମ ଆଗମନେ ରାଜୀବ ହସଇ..

ଗଙ୍ଗଶିଉଳି ଯେ ପଥ ରେ ଲୋଟଇ...

ଶ୍ରୀରାମ ସହିତେ ଲୀନ ହେବା ପାଇଁ ll

ସୁନ୍ଦର ଧରା ର ପ୍ରକୃତି ପସରା....

ଆଦିତ୍ୟ ଙ୍କ ସେଇ ରକ୍ତିମ ଚେହେରା..

ଝଟକୁଛି ଆଜି କି ସୁନ୍ଦର ଧରା..

କୁମ୍ଭଟୁଆ ରଡି ଶୁଭୁଛି ବନ ରେ..

କୂକୂଟ ଡlକଇ ନିଦ ରୁ ଉଠ ହେ...

ଆଜି ଶ୍ରୀରାମ ଙ୍କ ହେବ ଆଗମନ...

ସଙ୍ଗତେ ସୀତାୟl ଭାଇ ସେ ଲଷ୍ମଣ... ll

ଶ୍ରୀରାମ ଆସିବେ ସଜ ବାଜ ହୁଅ...

ଆଲୋକ ମାଳା ରେ ନଗର ସଜାଅ..

ପ୍ରେମ ସଳିତା ରେ ଜାଳିଲେ ପ୍ରଦୀପ...

ସ୍ନେହ ରେ ଭରିଲେ ସେ ପୂର୍ଣ୍ଣ କଳସ..

ଭକ୍ତି ନୈବେଦ୍ୟ କୁ ହୃଦ ରେ ସଜାଡି...

ଆମ୍ବ ତୋରଣ ଯେ ଦିଶେ ଧାଡି ଧାଡି... ll

ସୁନ୍ଦର ଅଯୋଧ୍ୟା ନଗରୀ ଦିଶିଲା...

ରାମ ଆଗମନେ ନଗରୀ ହସିଲା...

ଶୂନ୍ୟ ଆକାଶ ରୁ ପୁଷ୍ପ ବୃଷ୍ଟି ହେଲା..

ଅଯୋଧ୍ୟା ନଗରୀ ଉଜ୍ଜଭାସିତ ହେଲା...

ରାମ ଆଗମନେ ପ୍ରଦୀପ ଜଳିଲା..

ଚିର ଆକାଂକ୍ଷିତ ଅପେକ୍ଷା ସରିଲା 

ଦୀପାବଳୀ ନାମେ ଜଗତ ଜାଣିଲା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics