STORYMIRROR

Dharitri Das

Inspirational Children

3  

Dharitri Das

Inspirational Children

ଦୀପାବଳୀ

ଦୀପାବଳୀ

1 min
253

ଆସ ଆସ ସଭିଏଁ ହୋଇଣ ମେଳି

ପାଳିବା ଆମେରେ ଆଜି ଦୀପାବଳୀ।

ଘର ଅଗଣାକୁ କରି ପରିଷ୍କାର

ଝୋଟି ଚିତା ଦେବା ବିଭିନ୍ନ ପ୍ରକାର।

କାର୍ତ୍ତିକ ମାସରେ ଦୀପ ଦାନ କରି

ତୁଣ୍ଡେ ଭଜୁଥିବା ଆମେ ହରି ହରି।

ନିଶବ୍ଦେ ପାଳିବା ସର୍ବେ ଦୀପାବଳୀ

ଶହ ଶହ ସଂଖ୍ୟାରେ ଦୀପକୁ ଜାଳି।

କାଉଁରିଆ ଜାଳି ବଡ଼ ବଡୁଆ ଡାକି

ବାଣ ଫୁଟାଟି କେବଳ ରହିବ ବାକି।

ଭଜନ କୀର୍ତ୍ତନେ ନିମଜ୍ଜିତ ହେବା

ଖିରି ପିଠା କରି ଭୋଗକୁ ବାଢିବା।

ଦୀପର ଶିଖାରେ କରୋନା ଘଉଡ଼ି

ମୁଣ୍ଡରେ ବାନ୍ଧିବା ସୁନାର ପଗଡ଼ି।

ଦୀପାବଳୀ ଆମ ଜାତୀୟ ପରବ

ଦୀପରେ ଜାଳିବା ମନର ଗରବ।

ଅହଂକାରକୁ କରି ସର୍ବେ ବଳିତା

ସୃଷ୍ଟି କରିବା ଆମେ ପ୍ରେମର ସତ୍ତା।

ଆଲୋକର ପର୍ବ ଶୁଭ ଦୀପାବଳୀ

ଅଜ୍ଞାନତା ଆମ ଦୀପେ ଯାଉ ଜଳି।

ଜ୍ଞାନର ଆଲୋକେ ହୋଇ ଆଲୋକିତ

ମହୀକୁ ସୁସ୍ଥ କରିବା ଆସରେ ମିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational