STORYMIRROR

Trushna Das

Inspirational

3  

Trushna Das

Inspirational

ଦୀପାବଳୀ

ଦୀପାବଳୀ

1 min
262

ଦୀପାବଳୀ ଏ ଯେ ଏମିତି ଏକ ପର୍ବ

ଭରି ଦିଏ ଘରେ, ସମାଜରେ ହସ ଓ ଉଲ୍ଲାସ 

ଅମାବାସ୍ୟା ନିଶିର ଅନ୍ଧକାର 

ଦୂର ହୋଇ ଥାଏ ଜଳିଲେ ଦୀପ।। 


ଦୀପାବଳୀ ଏ ଯେ ଏମିତି ଏକ ପର୍ବ

ସମସ୍ତେ ଧୁମଧାମରେ କରନ୍ତି ପାଳନ

ଘରେ ଦୀପ, ମହମବତୀ, ଲାଇଟ ଜଳେଇ କରନ୍ତି ଉଜ୍ଜଳ

ଘର ବଜାର ହୋଇଯାଏ ସୁସଜ୍ଜିତ।। 


ଦୀପାବଳୀ ଏ ଯେ ଏମିତି ଏକ ପର୍ବ 

ଲୋକମାନେ ମୁରୁଜ ପକାଇ କରନ୍ତି ଘରକୁ ସୁନ୍ଦର

ପାର୍ଥନା କରନ୍ତି ଲକ୍ଷ୍ମୀ ମାଆଙ୍କୁ ଘରକୁ କରିବାକୁ ଆଗମନ

ପାଇବାକୁ ତାଙ୍କ ଆଶୀର୍ବାଦ।। 


ଦୀପାବଳୀ ଏ ଯେ ଏମିତି ଏକ ପର୍ବ 

ଧନତେରସରେ କିଣା ଯାଏ ଧାତୁ, ନାନା ପ୍ରକାରର 

ମଜା ମସ୍ତିରେ କଟି ଯାଏ ଏହି ତିନି ଦିନ 

ଏହି ପର୍ବରେ ହୋଇ ଥାଏ ମନର ମିଳନ।। 


ଦୀପାବଳୀ ଏ ଯେ ଏମିତି ଏକ ପର୍ବ

ସାଙ୍ଗସାଥି ହୁଅନ୍ତି ଏକତ୍ର

ପାଳିବାକୁ ଏହି ପର୍ବ 

ଚାରିଆଡେ ବାଣ ଫୋଟକା ହୋଇ ଉଠେ ଗୁଞ୍ଜରିତ।। 


ଦୀପାବଳୀ ଏ ଯେ ଏମିତି ଏକ ପର୍ବ 

ଘରେ ତିଆରି ହୁଏ ପିଠା ପଣା ନାନା ପ୍ରକାର 

ଘରକୁ ଆସନ୍ତି ବନ୍ଧୁ ବାନ୍ଧବ 

ନେଇ ନାନା ଉପହାର।। 


ଦୀପାବଳୀ ଏ ଯେ ଏମିତି ଏକ ପର୍ବ

ପାଳନ କରାଯାଏ ଏହାକୁ ତିନି ଦିନ 

ଘରେ ଦୋକାନରେ ହୋଇଥାଏ ଲକ୍ଷ୍ମୀ ମାଆଙ୍କ ପୂଜା 

ମଣ୍ଡପରେ ହୋଇ ଥାଏ କାଳୀ ମାଆଙ୍କ ପୂଜା।। 


ଦୀପାବଳୀ ଏ ଯେ ଏମିତି ଏକ ପର୍ବ 

ଲୋକେ ଜଳାନ୍ତି ଦୀପ

ଜୀବନରୁ କରିବାକୁ ଦୂର ଦୁଃଖର ଅନ୍ଧକାର 

କାମନା କରନ୍ତି ପହଞ୍ଚିବାକୁ ଶିଖରରେ ସଫଳତାର।।


ଦୀପାବଳୀ ଏ ଯେ ଏମିତି ଏକ ପର୍ବ 

ବାଣ ଫୁଟା ଯାଏ କରିବାକୁ ନିଶବ୍ଦ ଅମାବାସ୍ୟାର ଅନ୍ଧକାରକୁ ଦୂର

ଜଣାଇ ଦିଆ ଯାଏ ଯେତେ ଜୀବନରେ ଆସିଲେ ବି ଦୁଃଖ 

ଆମେ ସାଥି ହୋଇ କରିବୁ ତାର ସମ୍ମୁଖୀନ, ନିଶ୍ଚୟେ ପାଇବୁ ବିଜୟ।।


ଦୀପାବଳୀ ଏ ଯେ ଏମିତି ଏକ ପର୍ବ 

ମଜା ମସ୍ତି ଭିତରେ ଆମକୁ କିଛି କଥା ରଖିବାକୁ ହେବ ଧ୍ୟାନ 

ଜୀବନ ସୁରକ୍ଷା, ଏବଂ ପରିବେଶ ନ ହେଉ ପ୍ରଦୂଷଣ

ଏହା ହେଉଛି ଆମର ଏହି ପର୍ବରେ ମୌଳିକ କର୍ତ୍ତବ୍ୟ।।


Rate this content
Log in

Similar oriya poem from Inspirational