STORYMIRROR

Prasanna Kumar Das

Abstract

4  

Prasanna Kumar Das

Abstract

ଦୀପାବଳୀ

ଦୀପାବଳୀ

1 min
191


ବରଷକେ ଥରେ ଆଲୋକପର୍ବ,

ଉଆଁସ ରଜନୀ ଉଜ୍ଜ୍ୱଳ ହେବ।

ଦୀପାବଳୀ ମହୋତ୍ସବ,

ଧରାଧାମେ ଆଜି ଧରିଣ ଆସିବ,

ପ୍ରୀତିମୟ ସଦଭାବ ।।


ଘୋର ବନବାସ ବାର ବରଷ,

ଶ୍ରୀରାମ ଭୋଗିଲେ ଆହା କି କ୍ଲେଶ।

ସଂଗେ ଜାନକୀ ଲକ୍ଷଣ,

କପଟ ସନ୍ୟାସୀ ବେଷ ଧରି ସୀତା

ହରିଲା ଦୁଷ୍ଟ ରାବଣ ।।


କନ୍ଦମୂଳ ଫଳ ଆହାର କରି, 

ବାନର ଭଲ୍ଲୁକ ସଂଗରେ ଧରି।

ଦୁର୍ଜୟ ରାବଣ ମାରି,

ଫେରିଲେ ଭବନେ ସ୍ବାଗତରେ ଜନେ

ବନ୍ଦିଥିଲେ ଦୀପଜାଳି ।।


ସେଦିନୁ ଏ ପୂଣ୍ୟ ଆର୍ଯ୍ୟାବର୍ତ୍ତରେ,

ଘରେ ଘରେ ଖୁସି ପ୍ରଦୀପ ଜଳେ।

ଦୀପାବଳୀ ପୂଣ୍ୟ ତିଥି,

ଦୁର୍ଦ୍ଦିନର ଗତେ ସୁଦିନ ଆଗତେ

ସରବେ ମିଳି ପାଳନ୍ତି ।।


ଘର ଦ୍ବାରେ ସଜ୍ଜା ପୁଷ୍ପ ତୋରଣ

କରନ୍ତି ଗଣେଶ ଲକ୍ଷ୍ମୀ ପୂଜନ।

ଶୁଭ ମଂଗଳ ମନାନ୍ତି,

ଇଷ୍ଟ ପିତୃ ପୂଜା ଯେହୁ କରେ ଆଜ

ବଢ଼ଇ ସୁଖ ସମ୍ପତ୍ତି ।।


ବାଣ ବିଷ୍ଫୋରଣ ଜୁଆଖେଳରେ,

ରଖ ନାହିଁ ରୁଚି ଶୁଭ ବେଳରେ।

ପ୍ରଦୁଷଣ ଧନହାନୀ,

ରୋଗ ଦୁଖ ସାର ହେବ ନିଶ୍ଚେ ତାର 

ବେଭାର କରିବ ଜାଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract